ଭୁବନେଶ୍ୱର: ଆଜିଠୁ ରାଜ୍ୟର ୫ଟି ଜିଲ୍ଲାରେ ଆରମ୍ଭ ହେଉଛି ଇକୋ ରିଟ୍ରିଟ । କଟକ, କନ୍ଧମାଳ, କେନ୍ଦ୍ରାପଡ଼ା, ପୁରୀ ଓ ସମ୍ବଲପୁରରେ ହେବ ଇକୋ ରିଟ୍ରଟ କାର୍ୟ୍ୟକ୍ରମ । ମଙ୍ଗଳବାର ଚାଷୀଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ଏହି କାର୍ଯ୍ୟକ୍ରମ ସ୍ଥଗିତ ଥିଲା । ଇକୋ ରିଟ୍ରିଟକୁ ଭର୍ଟୁଆଲରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମିଲ ହେବେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲାଦ ସିଂ ପଟେଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପୁରୀ-କୋଣାର୍କ ରାମଚଣ୍ଡୀର କୁଶଭଦ୍ରା ନଦୀ ମୁହାଣ ନିକଟରେ ଆୟୋଜନ ହୋଇଛି ଇକୋ ରି-ଟ୍ରିଟ୍ । ୩ ମାସ ଧରି ଚାଲିବ । କୋଭିଡ୍ ଗାଇଡଲାଇନ ଅନୁଯାୟୀ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରି ଫେବୃଆରୀ ମାସ ୨୮ ତାରିଖ ପର୍ଯ୍ୟନ୍ତ ଏହି ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଚାଲିବ । ଚଳିତବର୍ଷ ୫୦ଟି କଟେଜରେ ପର୍ଯ୍ୟଟକ ରହିବାର ବ୍ୟବସ୍ଥା କରାଯାଇଛି ।
ଅନ୍ୟ ୪ ସ୍ଥାନ ଭିତରକନିକା, ସାତକୋଶିଆ, ହୀରାକୁଦ ଓ ଦାରିଙ୍ଗିବାଡ଼ିରେ ପର୍ୟ୍ୟଟକଙ୍କୁ ମିଳିବ ଇକୋ ରିଟ୍ରିଟ୍ ସୁବିଧା । ପର୍ଯ୍ୟଟକମାନେ ଅସ୍ଥାୟୀ ତମ୍ବୁ ତଳେ ପଞ୍ଚ ତାରକା ହୋଟେଲର ସୁବିଧା ପାଇବେ । ଖାଦ୍ୟପେୟ ସହ ବୁଲାବୁଲି । ଜଳକ୍ରୀଡ଼ା, ବୋଟିଂ ଓ ସାଂସ୍କୃତିକ କାର୍ୟ୍ୟକ୍ରମରେ ଝୁମିବେ ପର୍ଯ୍ୟଟକ । ଏଥିପାଇଁ ଭିନ୍ନ ଭିନ୍ନ ପ୍ୟାକେଜ ରହିଛି ।
BREAKING NEWS
- ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ:ମୁଖ୍ୟମନ୍ତ୍ରୀ
- ନିଶା ବେପାରୀଙ୍କ ଉପରେ ପୋଲିସର ବଡ଼ ଆକ୍ସନ; ୪୦୩ ଗ୍ରାମ ବ୍ରାଉନ୍ ସୁଗାର ଜବତ; ଛଅ ଗିରଫ
- ‘MICE ଇନ୍ସେଣ୍ଟିଭ୍ ପୋର୍ଟାଲ୍’ର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ;ନିବେଶ ଓ ଅନୁଭୂତିଭିତ୍ତିକ ଭ୍ରମଣକୁ ପ୍ରୋତ୍ସାହିତ କରିବ
- ମାତ୍ର ୫ଟି ବଞ୍ଚିଥିଲେ… , ଆଜି ୩୫୦ ହେବାରୁ ଏହି ଚଢ଼େଇ ଜିତିଲା ବାର୍ଡ ଅଫ୍ ଦି ଇୟର ଟାଇଟଲ
- ପୂର୍ବତନ ବିଧାୟକ ପ୍ରଣବଙ୍କ ଗାଡ଼ିକୁ ଟେକାମାଡ଼;ଦୃଢ କାର୍ଯ୍ୟାନୁଷ୍ଠାନ ଦାବି
- ଏସୀୟ କ୍ରୀଡ଼ା ୨୦୨୬:୨୪ ବର୍ଷ ପରେ ପୁରୁଷଙ୍କଠାରୁ ଆଗରେ ମହିଳା: ୪ଟି ଅଧିକ ସ୍ୱର୍ଣ୍ଣ ଜିତିଲେ, ହକିରେ ମିଳିଲା ଅଲମ୍ପିକ ଟିକେଟ୍
- ଏସୀୟ କ୍ରୀଡ଼ା ୨୦୨୬ ଶେଷ, ଉଦ୍ଯାପନୀ ସମାରୋହରେ ଜାତୀୟ ପତାକା ଉଡ଼ାଇଲେ ନୀରୁ ଢାଣ୍ଡା; କତାରକୁ ହସ୍ତାନ୍ତର ହେଲା ଓସିଏ ଫ୍ଲାଗ୍
- କୁକୁର କାମୁଡ଼ି ଏକ ବର୍ଷର ଶିଶୁକୁ କଲା ଲହୁଲୁହାଣ
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ

Comments are closed.