Latest Odisha News

BREAKING NEWS

ସଂସଦରେ ଉପସ୍ଥାପିତ ହେଲା ଆର୍ଥିକ ସର୍ବେକ୍ଷଣ ରିପୋର୍ଟ

ନୂଆଦିଲ୍ଲୀ: ବଜେଟ୍ ଅଧିବେଶନ ଆରମ୍ଭ ସହ ପ୍ରଥମ ଦିନରେ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ ହୋଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ଭେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୩-୨୪ ବର୍ଷରେ ବିକାଶ ଦର ୬ରୁ ୬.୮ ପ୍ରତିଶତ ରହିବ ବୋଲି ଅନୁମାନ କରାଯାଇଛି ।

ଆର୍ଥିକ ସର୍ଭେ ରିପୋର୍ଟ ଅନୁସାରେ, ଦେଶର ପ୍ରତିଟି କ୍ଷେତ୍ରରେ ଅର୍ଥ ବ୍ୟବସ୍ଥାରେ ସୁଧାର ଆସୁଛି । ଅର୍ଥ ବ୍ୟବସ୍ଥା ସ୍ଥିତି ମହାମାରୀର ପୂର୍ବ ସ୍ଥିତିକୁ ଫେରିଛି । ୨୦୨୨ ଏପ୍ରିଲରୁ ନଭେମ୍ବର ମଧ୍ୟରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବୃଦ୍ଧି ପାଇଛି ।

ସହରରେ ବେରୋଜଗାର ହାର ହ୍ରାସ ପାଉଥିବା ବେଳେ ଇପିଏଫଓରେ ପଞ୍ଜିକରଣ ବୃଦ୍ଧି ହୋଇଛି । ବିଭିନ୍ନ ଆର୍ଥିକ ସଂସ୍ଥା ଦ୍ୱାରା ଋଣ ପ୍ରଦାନ ବଢ଼ିଛି । ୨୨୦ କୋଟିରୁ ଅଧିକ କୋଭିଡ୍ ଭ୍ୟାକ୍ସିନ୍ ଡୋଜ୍ ଦିଆ ଯାଇଛି । ୨୦୪୭ ସୁଦ୍ଧା ଭାରତ ଶକ୍ତି କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ଲାଗି ରାଷ୍ଟ୍ରୀୟ ସବୁଜ ହାଇଡ୍ରୋଜନ ମିଶନରେ କାମ କରୁଛି ।

Leave A Reply

Your email address will not be published.