Latest Odisha News

BREAKING NEWS

ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ

ପୁରୀ: ପୁରୀ କୋଚିଂ ଡିପୋରେ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରାଯାଇଛି।

ଏହି କୋଚିଂ ଡିପୋକୁ ଆସୁଥିବା ଟ୍ରେନ୍ ରେକ୍ ର ଗତିକୁ ଅନୁଯାୟୀ ସମଗ୍ର ଟ୍ରେନର ଧୋଇବା ପ୍ରକ୍ରିୟା ସ୍ୱଳ୍ପ ସମୟ ବ୍ୟୟରେ କରାଯାଉଥିବା ବେଳେ ଜଳ ଏବଂ ମାନବ ଶକ୍ତି କମ କରିବାରେ ସାହାଯ୍ୟ କରିଥାଏ।

ଟ୍ରେନର ବେଗକୁ ସ୍ୱୟଂଚାଳିତ ଭାବେ ଗ୍ରହଣ କରି ଏହି ପ୍ଲାଣ୍ଟ ଆପେ ଆପେ ଧୋଇବା କାର୍ଯ୍ୟ କରାଇଥାଏ ଓ ମାତ୍ର ୫ ରୁ ୭ ମିନିଟ ମଧ୍ୟରେ ସମ୍ପୂର୍ଣ୍ଣ ଟ୍ରେନ ରେକର ବାହ୍ୟ ପାର୍ଶ୍ୱ ସଫା କରାଯାଇଥାଏ ଓ ବିଭିନ୍ନ ଉପାୟ ମାଧ୍ୟମରେ ଏହି ସଫେଇ କାର୍ଯ୍ୟ ସ୍ୱୟଂଚାଳିତ ଭାବେ ହୋଇଥାଏ।

ପ୍ରଥମ ପର୍ଯ୍ୟାୟରେ କୋଚ ଗୁଡିକୁ ପୁନଃ ବ୍ୟବହୃତ ଜଳ ଦ୍ୱାରା ଓଦା କରାଯାଇ ଡିଟରଜେଣ୍ଟ ସ୍ପ୍ରେ କରାଯାଏ ଓ ପରେ ସ୍ୱୟଂଚାଳିତ ଭାବେ ପାଣି ଦ୍ୱାରା ବ୍ରସ ମାଧ୍ୟମରେ ସଫା କରାଯାଇଥାଏ ଓ ଏହା ପରେ ଡିସ୍କ ବ୍ରସ ଦ୍ୱାରା ଖାଲି ପାଣିରେ ସଫା କରାଯାଇଥାଏ ଓ ତା ପରେ ଆରଓ ସ୍ପ୍ରେ କରାଯାଇଥାଏ।

ଅଟୋମେଟିକ୍ କୋଚ୍ ୱାଶିଂ ପ୍ଲାଣ୍ଟ ଏକ କ୍ୟାପ୍ଟିଭ୍ ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ ସହିତ ସଜ୍ଜିତ ହୋଇଛି ଏବଂ ଇଟିପିରୁ ନିର୍ଗତ ଆବର୍ଜନା ଓ ମଇଳା ପାଣିକୁ ପୁନଃ ବ୍ୟବହାର କରିବା ପାଇଁ କାର୍ଯ୍ୟ କରିଥାଏ।

ଏହି ପ୍ଲାଣ୍ଟରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଇଟିପି, କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ ଅଛି। ଏହି ସଫେଇ କାର୍ଯ୍ୟ ପାଇଁ ଭର୍ଟିକାଲ୍ ଏବଂ ଡିସ୍କ ବ୍ରସ୍, ହାଇପ୍ର ନୋଜଲ୍ ଏବଂ ଏୟାର ବ୍ଲୋୟର ବ୍ୟବହାର କରାଯାଇଥାଏ।

ଏହି ପ୍ଲାଣ୍ଟକୁ ୧୨ ନଭେମ୍ବର, ୨୦୨୦ ଠାରୁ କାର୍ଯ୍ୟକ୍ଷମ କରାଯାଇଅଛି। ସ୍ୱୟଂଚାଳିତ କୋଚ୍ ୱାଶିଂ ପ୍ଲାଣ୍ଟ ଏକ ପରିବେଶ ଅନୁକୂଳ ଏବଂ ବ୍ୟୟବହୁଳ ବିକଳ୍ପ ଏବଂ ଟ୍ରେନ୍ ରକ୍ଷଣାବେକ୍ଷଣରେ ସ୍ୱୟଂଚାଳିତ ଦିଗରେ ଏକ ବଡ଼ ପଦକ୍ଷେପ।

 

Comments are closed.