Latest Odisha News

BREAKING NEWS

ନିବେଦନ ଶୁଣିଲା ଇଡି: ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଫିସରେ ହାଜର ହେବେନି ରାହୁଲ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପଚରାଉଚରାକୁ ଜୁନ୍ ୧୭ରୁ ୨୦ ପର୍ୟ୍ୟନ୍ତ ଘୁଞ୍ଚାଇବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅନୁରୋଧକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗ୍ରହଣ କରିଛି। ତାଙ୍କ ମା ତଥା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ ରହିଛନ୍ତି। ସେ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ତେଣୁ ତାଙ୍କ ପାଖେ ଏବେ ରହିବାକୁ ସେ ଚାହୁଁଛନ୍ତି ବୋଲି ରାହୁଲ ଇଡି ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଇଡି ରାହୁଲଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି।

କୋଭିଡର ପରବର୍ତୀ ଜଟିଳତା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀର ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ଅଧୀନରେ ପଚରାଉଚରା ଓ ବୟାନ ରେକର୍ଡିଂ ସମୟରେ ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆଙ୍କ ଭୂମିକାକୁ ଲୁଚାଇବାକୁ ପ୍ରୟାସ କରିଥିବା ସୂଚନା ରହିଛି। ଏମିତିକି ଏହି ମାମଲର ଅନ୍ୟତମ ଅଭିଯୁକ୍ତ ତଥା ମୃତ କଂଗ୍ରେସ ନେତା ମୋତିଲାଲ ନେହରୁଙ୍କ ନାଁ ମଧ୍ୟ ନେଇଛନ୍ତି ରାହୁଲ। ଏଯାବତ ରାହୁଲଙ୍କୁ ୩୦ ଘଣ୍ଟା ଧରି ପଚରାଉଚରା କରାଯାଇଛି ।

ୟଙ୍ଗ୍ ଇଣ୍ଡିଆନ୍ ମାମଲାରେ ରାହୁଲଙ୍କୁ ୩୦ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିବା ପରେ ଇଡି ଆଉ କିଛି ବଡ଼ ବଡ଼ ବ୍ୟକ୍ତିଙ୍କୁ ସମନ ଜାରି କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ମିଳିଥିବା ସୂଚନା ଅନୁୟାୟୀ, ରାହୁଲ ଗାନ୍ଧୀ ସ୍ପଷ୍ଟ କରିଛନ୍ତି ଯେ ୟଙ୍ଗ ଇଣ୍ଡିଆ ଏକ ଲାଭଜନକ କମ୍ପାନୀ ନୁହେଁ ଏବଂ କୌଣସି ନିର୍ଦ୍ଦେଶକ ଏହି କମ୍ପାନୀରୁ ବ୍ୟକ୍ତିଗତ ଲାଭ ନେଇପାରିବେ ନାହିଁ।

Comments are closed.