ଭୁବନେଶ୍ବର: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ଏଥିରେ ରହିଛି ତା ଘର , ଗାଡ଼ି ଓ ବ୍ୟାଙ୍କ ଆକାଉଣ୍ଟ। କମ ସୁଧରେ ଋଣ ଦେବାର ପ୍ରଲୋଭନ ଦେଖାଇ ବ୍ୟବସାୟୀଙ୍କୁ ଠକୁଥିଲା। ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ହଡପ କରିଛି। ଏହି ଠକେଇ ଟଙ୍କାରେ ସେ ଅଏସ୍ କରୁଥିଲା। ଜ୍ୟୋତିରଞ୍ଜନ ବେଉରା ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ଚେକ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବର ୩୧ ରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା। ଏହାପରେ ଇଡି ୨୦୨୦ ରେ ନିଜ ଆଡୁ ମାମଲା ରୁଜୁ କରିଥିଲା। ସେ ଠକେଇ ଟଙ୍କାରେ ଅଡ଼ି, ଜାଗୁଆର ଓ ବିଏମଡବ୍ଲୁ ଚଢୁଥିଲେ। କିଛିଦିନ ତଳେ ଇଡି ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡ଼ି ସିଜ କରିଥିଲା ।
କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବା ବଡ଼ବିଲରେ ଥିବା ଏକ ଖଣି କମ୍ପାନିକୁ ୧୧୦ କୋଟି ଟଙ୍କା ଋଣ କରାଇଦେବାକୁ ଚୁକ୍ତି କରିଥିବାବେଳେ ସଂପୃକ୍ତ ସଂସ୍ଥା ମୁଖ୍ୟ ୧୧ଟି ସିକ୍ୟୁରିଟି ଚେକ୍ ଆବେଦନକାରୀଙ୍କୁ ଦେଇଥିଲେ। ଟଙ୍କା ଉଠାଣ ସମୟ ଅବଧି ୨୦୨୦ ଏପ୍ରିଲରୁ ୨୦୩୦ ଏପ୍ରିଲ୍ ଯାଏ ରହିଥିଲା। ମାତ୍ର ଆବେଦନକାରୀ ୨୦୧୮ ସେପ୍ଟେମ୍ବରରେ ଗୋଟିଏ ଚେକ୍ ଜାଲିଆତି କରି ଦିଲ୍ଲୀସ୍ଥିତି ଏକ ବ୍ୟାଙ୍କ ଶାଖାରୁ ୧୨ କୋଟି ଟଙ୍କା ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ୨୦୧୮ ଡିସେମ୍ବର ୩୧ ତାରିଖରେ ପୁଲିସ ତାକୁ ଗିରଫ କରିଥିଲା।
Comments are closed.