Latest Odisha News

BREAKING NEWS

Mann Ki Baat: ମିଶନ ଚନ୍ଦ୍ରଯାନ ହେଉଛି ନୂଆ ଭାରତର ଆତ୍ମାର ପ୍ରତୀକ, ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି

ନୂଆଦିଲ୍ଲୀ: ଗତକାଲିର ସ୍ଵପ୍ନ ଆଜି ହୋଇଛି ପୁରଣ । ସମସ୍ତଙ୍କ ପ୍ରୟାସରେ ଚନ୍ଦ୍ରଯାନ ୩କୁ ମିଳିଛି ସଫଳତା । ନୂଆ ଭାରତର ପ୍ରତୀକ ଚନ୍ଦ୍ରଯାନ ୩ ର ସଫଳତା ପଛରେ ରହିଛି ନାରୀଶକ୍ତି । ସଂକଳ୍ପର ସୂର୍ଯ୍ୟ ଆଜି ଚାନ୍ଦରେ ଓହ୍ଲାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ’ର ୧୦୪ତମ ଏପିସୋଡରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚନ୍ଦ୍ରଯାନ ୩ର ସଫଳତାଠି ନେଇ G20 ସମ୍ମିଳନୀ ଯାଏ ସମସ୍ତ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ଇସ୍ରୋର ତୃତୀୟ ମୁନ ମିଶନ ଚନ୍ଦ୍ରଯାନ ୩ର ସଫଳତାକୁ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ କହିଛନ୍ତି ଯେ, ଚନ୍ଦ୍ରଯାନ ୩ ସଫଳତା ପଛରେ ମହିଳା ବ୍ରିଗେଡ ତଥା ନାରୀଶକ୍ତିର ହାତ ରହିଛି । ଚନ୍ଦ୍ରକୁ ଚନ୍ଦ୍ରଯାନରେ ପହଞ୍ଚିବାକୁ ୩ ଦିନରୁ ଅଧିକ ହେଲାଣି । ଚନ୍ଦ୍ରଯାନର ସଫଳତା ଆନନ୍ଦ ଉଲ୍ଲାସକୁ ବଢାଇ ଦେଇଛି । ଏହାର ଯେତେ ଚର୍ଚ୍ଚା କଲେ କମ ହେବ । ଅଗଷ୍ଟ ୨୩ରେ ଭାରତ ଏହା ପ୍ରମାଣ କରିଛି କି ସଂକଳ୍ପର ସୂର୍ଯ୍ୟ ଚାନ୍ଦରେ ମଧ୍ୟ ଓହ୍ଲାଇଥାଏ । ମିଶନ ଚନ୍ଦ୍ରଯାନ ନୂଆ ଭାରତର ସେହି ପ୍ରତୀକ ଯାହା ଜିତିବା ଜାଣିଥାଏ । ଏହି ମିଶନରେ ନାରୀଶକ୍ତିର ଅପୂର୍ବ ଭୂମିକା ରହିଛି । ମହିଳା ଶକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ । ଏହି ମିଶନ ଚନ୍ଦ୍ରଯାନ ନାରୀଶକ୍ତିର ଜୀବନ୍ତ ଉଦାହରଣ । ଏହି ପୂରା ମିଶନରେ ଅନେକ ମହିଳା ବୈଜ୍ଞାନିକ ଯୋଡି ହୋଇ ରହିଥିଲେ । ଏହି ଦେଶର ଝିଅ ଯେବେ ଏତେ ଆକାଂକ୍ଷା ଭାରା ହୋଇଯିବେ ତେବେ ଦେଶକୁ ବିକଶିତ ହେବାକୁ କିଏ ରୋକିପାରିବେ ନାହିଁ । ଆଜି ଆମ ସ୍ବପ୍ନ ଓ ପ୍ରୟାସ ବଡ ଥିବାରୁ ଆମେ ଏହି ଉଚ୍ଚା ସିଡି ଲଙ୍ଘି ପାରିଛୁ ।

ଆଜିକାଲି, କ୍ରୀଡା ହେଉଛି ଏକ ଏପରି କ୍ଷେତ୍ର ଯେଉଁଥିରେ ଆମର ଯୁବକପିଢିମାନେ କ୍ରମାଗତ ଭାବରେ ନୂତନ ସଫଳତା ହାସଲ କରୁଛନ୍ତି | କିଛି ଦିନ ପୂର୍ବରୁ ଚାଇନାର ‘ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍ସ’ ଅନୁଷ୍ଠିତ ହୋଇଥିଲା । ଏହି ଖେଳଗୁଡିକରେ ଏଥର ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି | ଆମ ଦେଶର ଖେଳାଳିମାନେ ମୋଟ ୨୬ ଟି ପଦକ ଜିତିଛନ୍ତି, ସେଥିମଧ୍ୟରୁ ୧୧ ଟି ସ୍ୱର୍ଣ୍ଣ ପଦକ ରହିଛି | ୧୯୫୯ ପରଠାରୁ ଏପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ସମସ୍ତ ‘ବିଶ୍ୱ ବିଶ୍ୱବିଦ୍ୟାଳୟ ଗେମ୍ସ’ରେ ଆମ ଖେଳାଳିମାନେ ଜିତିଥିବା ସମସ୍ତ ପଦକକୁ ଯୋଡି ଏହି ସଂଖ୍ୟା ମାତ୍ର ୧୮ରେ ପହଞ୍ଚିଛି । ଏତେ ବର୍ଷ ଭିତରେ କେବଳ ୧୮ଟି ପଦକ ଥିବାବେଳେ ଏଥର ଆମର ଖେଳାଳିମାନେ ୨୬ ଟି ପଦକ ଜିତିଛନ୍ତି | ଏହା କହି ପ୍ରଧାନମନ୍ତ୍ରୀ ମୋଦୀ ଖେଳାଳି ମାନଙ୍କ ସହ ଫୋନରେ କଥା ହୋଇଛନ୍ତି ।

ସେପ୍ଟମ୍ବର ମାସ ଭାରତ ସାମର୍ଥ୍ୟର ସାକ୍ଷୀ ହେବାକୁ ଯାଉଛି । ଆଗାମୀ ମାସରେ ହେବାକୁ ଥିବା G20 ଲିଡର ସମ୍ମିଳନୀ ପାଇଁ ଭାରତ ପ୍ରସ୍ତୁତ ରହିଛି । ଏହି ଆୟୋଜନରେ ଭାଗ ନେବାକୁ ୪୦ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ରାଜଧାନୀ ଦିଲ୍ଲୀ ଆସୁଛନ୍ତି । G20 ଇତିହାସରେ ଏହା ସବୁଠୁ ବଡ ଭାଗିଦାରୀ ହେବ । ଭାରତ ନିମନ୍ତ୍ରଣରେ ଆଫ୍ରିକା ୟୁନିୟନ ଯୋଡି ହୋଇଛି । G20 ପ୍ରତିନିଧି ଯେଉଁଆଡେ ଯାଇଛନ୍ତି ତାଙ୍କୁ ସ୍ବାଗତ କରାଯାଇଛି । ଏକତା ମଧ୍ୟରେ ବିଭିନ୍ନତା ଭାରତକୁ ଦେଖି ସେହି ପ୍ରତିନିଧି ପ୍ରଭାବିତ ହୋଇଛନ୍ତି । ଭାରତର କେତେ ଯେ ସମ୍ଭାବନା ଭରି ରହିଛି ତାହା ଜଣାପଡିଛି । ଜି20 ସମ୍ମିଳନୀକୁ ସଫଳ କରି ଦେଶର ମାନ ବଢାଇବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥର ଅଗଷ୍ଟ ୧୫ରେ ଦେଶ ସମସ୍ତଙ୍କ ପ୍ରୟାସର ସାମର୍ଥ୍ୟ ଦେଖାଇଛି । ହର ଘର ତ୍ରିରଙ୍ଗା ଅଭିଯାନ ବାସ୍ତବରେ ହର ଘର ତ୍ରିରଙ୍ଗା ଅଭିଯାନ ହୋଇଛି । ଏହି ଅଭିଯାନରେ ଅନେକ ରେକର୍ଡ ପାର କରିଛି । ସ୍ଵାଧୀନତା ଦିବସ ସୁଦ୍ଧା ପାଖାପାଖି ଦେଢ କୋଟି ତ୍ରିରଙ୍ଗା ପତାକା ବିକ୍ରି ହୋଇଛି । ଏଥିରୁ ଆମର କାରିଗର ଓ ବୁଣାକାରଙ୍କ ଭଲ ଆୟ ହୋଇଛି । ତ୍ରିରଙ୍ଗା ସହ ସେଲଫି ନେଇ ଦେଶବାସୀ ରେକର୍ଡ କରିଛନ୍ତି । ଏଥର ୧୦ କୋଟି ଲୋକ ତ୍ରିରଙ୍ଗା ସହ ସେଲଫି ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

ପରିଶେଷରେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ବ ସଂସ୍କୃତି ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୋଦୀ । ଶ୍ରାବଣ ମାସର ପୂର୍ଣ୍ଣିମା ତିଥିକୁ ବିଶ୍ବ ସଂସ୍କୃତି ଦିବସ ଭାବେ ପାଳନ କରାଯାଏ । ସଂସ୍କୃତ ଭାଷା ଦୁନିଆର ସବୁଠୁ ପ୍ରାଚୀନ ଭାଷା ମଧ୍ୟରୁ ଗୋଟିଏ । ସଂସ୍କୃତ ତାର ପ୍ରାଚୀନତା ସହ ବ୍ୟାକରଣ ପାଇଁ ଜଣାଶୁଣା । ଯୋଗ, ଆୟୁବୈଦ ଓ ଦାର୍ଶନିକ ପଢୁଥିବା ଲୋକ ଅଧିକରୁ ଅଧିକ ସଂସ୍କୃତ ଶିଖୁଛନ୍ତି । ଅନେକ ସଂସ୍ଥା ଏ ଦିଗରେ କାର୍ଯ୍ୟ କରୁଛନ୍ତି । ସଂସ୍କୃତି ଓ ପରମ୍ପରା ସହ ଯୋଡି ହେବାକୁ ବାଟ ଦେଖାଇଛି ସଂସ୍କୃତ ଭାଷା । ସମସ୍ତଙ୍କୁ ବିଶ୍ବ ସଂସ୍କୃତି ଦିବସର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଅଗଷ୍ଟ ୩୦ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଓ ବିଶ୍ବ ସଂସ୍କୃତି ଦିବସ । ଏନେଇ ଆଗୁଆ ଦେଶବାସୀଙ୍କୁ ଶୁଭେଚ୍ଛା ଜାଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

 

Leave A Reply

Your email address will not be published.