Latest Odisha News

ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ, ଖୋଲିବେ କି ପୁରୁଣା ଗୁମର?

ଭୁବନେଶ୍ବର: ଓଡିଶା ଆସୁଛନ୍ତି ଇଡି ନିର୍ଦ୍ଦେଶକ । ଆସନ୍ତାକାଲି ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରାହୁଲ ନବୀନ । ୨୭ ତାରିଖ ରାତି ପାଖାପାଖି ୮ଟା ବେଳେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାହୁଲ । ଏହାପରେ ସେ ପୁରୀ ଗସ୍ତ କରି ଆସନ୍ତା ୨୮ ତାରିଖ ଅପରାହ୍ଣରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ୨୯ ତାରିଖ ସକାଳେ ପୁଣି ପୁରୀରୁ ଭୁବନେଶ୍ବର ଫେରିଆସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବାକୁ ଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବେ । ଏହାପରେ ସେହିଦିନ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଇଡି ମୁଖ୍ୟଙ୍କ ଓଡିଶା ଗସ୍ତ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ବସିବା ବୈଠକୁ ନେଇ କୌଣସି ସ୍ପଷ୍ଟ ସୂଚନା ନଥିଲେ ମଧ୍ୟ ଏକାଧିକ ପୁରୁଣା ମାମଲାର ରିଓପନ ନେଇ ଚର୍ଚ୍ଚା । ଏହାସହିତ ଦୁର୍ନୀତି ଗନ୍ଧ ବାରି ନୂଆ ମାମଲା ରୁଜୁ ହେବା ନେଇ ଆଲୋଚନା କରିପାରନ୍ତି ଇଡି ନିର୍ଦ୍ଦେଶକ।

Comments are closed.