Latest Odisha News

BREAKING NEWS

ଖଗେଶ୍ୱରଙ୍କୁ ୨ୟ ଦିନରେ ଜେରା, କାଲି ଦିଲ୍ଲୀରେ ବସିବ ଏସ୍ଆଇଟି ମିଟିଂ

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଆଜି ଦ୍ୱିତୀୟ ଦିନରେ ବି ଜେରା କରିବ ଇଡି । ଏସଆଇଟି ମଧ୍ୟ ଏହି ମାମଲାର ତଦନ୍ତ କରିବ । ଏନେଇ ଏସଆଇଟିକୁ ସମସ୍ତ ତଥ୍ୟ ଦେଇଛି  ଇଡି । ଆସନ୍ତାକାଲି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ଦିଲ୍ଲୀରେ ବସିବ ।

ଅର୍ଚ୍ଚନାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର ବ୍ୟାଙ୍କ ଟ୍ରାଞ୍ଜାକସନ ହୋଇଛି । ଯାହାକୁ ନେଇ ତନାଘନା କରୁଛି ଇଡି । ୧୦ ଦିନିଆ ରିମାଣ୍ଡରେ ଖଗେଶ୍ୱରଙ୍କୁ ନେଇଛି ଇଡି । ପ୍ରଥମ ଦିନ ଜେରାରେ ଇଡି ହାତରେ ଲାଗିଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ପ୍ରତିଷ୍ଠିତ ଲୋକଙ୍କୁ ବ୍ଲାକମେଲ୍ କରି କଳାଧନର ସାମ୍ରାଜ୍ୟ କରିଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ।

ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ଇଡି ଗୁରୁବାର ରାଜ୍ୟର ୮ଟି ସ୍ଥାନରେ  ୪୮ ଘଣ୍ଟା ଧରି  ରେଡ୍ କରିଥିଲା । ଖଗେଶ୍ୱରଙ୍କ ପୈତୃକ ଘରେ ରେଡ୍ ପରେ ସନ୍ଧ୍ୟାରେ ଖଗେଶ୍ୱରଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ଇଡି ।  ଗତ ୪ରୁ ୫ ବର୍ଷ ମଧ୍ୟରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକଉଣ୍ଟରେ ୧ କୋଟି ଟଙ୍କା ଟ୍ରାଞ୍ଜାକସନ୍ ହୋଇଥିଲା ତଦନ୍ତରୁ ଜଣାପଡିଛି । ୨୦୧୦ରୁ ୨୦୧୯ ଯାଏ ଖଗେଶ୍ୱର ଏକ ପୁରୁଣା କାର ଶୋ ରୁମ୍ ଚଳାଉଥିଲେ । ଆଉ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସମ୍ପର୍କରେ ଆସିବା ପରେ  ଖଗେଶ୍ୱରଙ୍କ ବ୍ୟବସାୟ ବଢିଥିଲା । କୋର୍ଟଙ୍କୁ ଇଡି ୧୫ ଦିନର ରିମାଣ୍ଡ ମାଗିଥିଲେ ବି ୧୦ଦିନ ରିମାଣ୍ଡ ମିଳିଥିଲା ।

ତଦନ୍ତ ବେଳେ ଇଡି, ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ମଧ୍ୟରେ ହୋଇଥିବା ବ୍ୟାଙ୍କ ଦେଣନେଣର ସମସ୍ତ ପ୍ରମାଣ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡ଼ିଛି । ପୂର୍ବରୁ ଇଡି ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱରଙ୍କ ସହ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।

 

Leave A Reply

Your email address will not be published.