Latest Odisha News

BREAKING NEWS

ପଦ୍ମ ପୋଖରୀରେ ବୁଡ଼ି ମହିଳା ମୃତ

କାମାକ୍ଷାନଗର : କାମାକ୍ଷାନଗର ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ପଦ୍ମ ପୋଖରୀରେ ବୁଡି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଜୟପୁରାକାଟେଣୀ ପଞ୍ଚାୟତ ପଦ୍ମପୋଖରୀ ଗାଁର ରାଧା ଦେହୁରୀ । ରାଧା ସକାଳୁ ଘର ପାଖ ବେଣାପାଟିଆ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ଟିକିଏ ଅସାବଧାନତା ହେତୁ ପୋଖରୀରେ ବୁଡି ଯାଇଥିଲେ ।

ପୋଖରୀରେ ରାଧାଙ୍କ ସ୍କାର୍ଫ ଭାସୁଥିବାର ଦେଖି  ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ରାଧାଙ୍କୁ ପୋଖରୀ ଭିତରୁ ଉଦ୍ଧାର କରାଯାଇଥିଲା  । ପରେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏନେଇ ରାଧାଙ୍କ ମୃତ୍ୟୁ ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.