Latest Odisha News

BREAKING NEWS

ବ୍ଲୋଉକ୍ରାନ୍ସ ବ୍ରିଜ୍‌ ତଳକୁ ଡେଇଁ ରେକର୍ଡ଼ କଲେ ୫୦ ବର୍ଷୀୟା ମହିଳା 

ଓସ୍‌ଲୋ : ଘଣ୍ଟାକୁ ୨୩ ଥର ଡେଇଁ ରେକର୍ଡ ହାସଲ କଲେ ୫୦ ବର୍ଷୀୟା ମହିଳା  । ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏହି ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି । ତେବେ ମହିଳା ଜଣକର ନାଁ ହେଉଛି ଲିମ୍ବା ପୋଟ୍‌ ଗିଟେର । ଦେଶର ସର୍ବୋଚ୍ଚ ସେତୁ ବ୍ଲୋଉକ୍ରାନ୍ସ ବ୍ରିଜ୍‌ ୧ ଘଣ୍ଟାରେ ୨୩ ଥର ଜମ୍ପ କରିଥିବା ଗିନିଜ୍‌ ଓ୍ବାର୍ଲ୍ଡ ରେକର୍ଡ଼ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେ ବ୍ଲୋଉକ୍ରାନ୍ସ ନଦୀ ଉପରେ ନିର୍ମିତ ଏହି ବ୍ରିଜ୍‌ରୁ ୨ ମିନିଟ୍‌ରେ ୨୧୬ ମିଟର ତଳକୁ ଥରେ ଲେଖାଏଁ ଜମ୍ପ କରି ରେକର୍ଡ ହାସଲ କରିଛନ୍ତି । ୧୯ ବର୍ଷ ତଳେ ଭେରୋନିକା ଡିନ୍‌ ନାମକ ଆଉ ଜଣେ ଆଫ୍ରିକୀୟ ଏହି ସ୍ଥାନରୁ ଡେଇଁ ରେକର୍ଡ଼ କରିଥିଲେ ।

 

Leave A Reply

Your email address will not be published.