Latest Odisha News

ଗେମ୍ ଖେଳି କୋଟିପତି, ଚଢାଉ କଲା ଇଡି

ବଣାଇ: ଅନଲାଇନ ଗେମ ଖେଳି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । ଏତେ ଟଙ୍କା ଯେ ସନ୍ଦେହ କରି ଏବେ ୬ ଜଣ ଗେମରଙ୍କ ଘରେ ଚଢ଼ାଉ କରିଛି ଇଡି । ଏନେଇ ବଡ଼ଗୋଗୁଆ ଗାଁରେ କଲିକତାର ୪୦ ଜଣିଆ ଇଡି ଟିମ୍ ଚଢ଼ାଉ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ଚଢ଼ାଉ ଜାରି ରଖିଛି ଇଡି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ କଲିକତାରୁ ଇଡିର ଏହି ୪୦ ଜଣିଆ ଟିମ୍ ୮ ଟି ଗାଡ଼ିରେ ଆସି ବଣାଇ ଅଞ୍ଚଳରେ ପହଞ୍ଚି ବଣାଇ ଥାନା ଅନ୍ତର୍ଗତ ବଡ ଗୋଗୁଆ , ଜଙ୍ଗଳା ଏବଂ ରୁଗୁଡ଼ା ଗ୍ରାମର ୬ଟି ଘରେ ଚଢାଉ ଜାରି ରଖିଛନ୍ତି।  ଫି ଉଇନ୍ ଗେମ୍ ନାମକ ଏକ ଅନ୍ ଲାଇନ୍ ବେଟିଂ ସମ୍ପର୍କରେ ସୂଚନା ନେଇ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି।

Comments are closed.