ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ୩୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଏଥିରେ ପ୍ରାୟ ୫୦ଟି କମ୍ପାନୀ ଅନ୍ତର୍ଭୁକ୍ତ ହୋଇଥିବା ବେଳେ୨୫ରୁ ଅଧିକ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୟେସ୍ ବ୍ୟାଙ୍କରୁ ୩୦୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଗୁରୁବାର ଦିଲ୍ଲୀ ଏବଂ ମୁମ୍ବାଇରେ ଏହି ଚଢାଉ ଚାଲିଛି। ଏହି ଚଢାଉ ମନି ଲଣ୍ଡରିଂ ନିବାରଣ ଆଇନର ଧାରା ୧୭ ଅନୁଯାୟୀ କରାଯାଉଛି।
ସିବିଆଇ ଦ୍ୱାରା ପଞ୍ଜିକୃତ ଦୁଇଟି FIR ଏବଂ SEBI, National Housing Bank, Bank of Borodha ଏବଂ National Financial Reporting Authority (NFRA) ଭଳି ଏଜେନ୍ସିଗୁଡ଼ିକରୁ ମିଳିଥିବା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
Comments are closed.