Latest Odisha News

BREAKING NEWS

ଚୋକସି, ମାଲ୍ୟା ଓ ମୋଦୀ ଠକେଇ ମାମଲା: ବ୍ୟାଙ୍କ ଫେରସ୍ତ ପାଇଛନ୍ତି ୯ ହଜାର କୋଟି

-ମୋଟ୍ ୧୮ହଜାର କୋଟିର ସମ୍ପତ୍ତି ଜବତ କରିଛି ଇଡି

ନୂଆଦିଲ୍ଲୀ: ନିରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୮,୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଠକେଇର ଶିକାର ହୋଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ୯୩୭୧.୧୭ କୋଟିର ସମ୍ପତ୍ତି ପ୍ରଦାନ କରିଛି ବୋଲି ଇଡି କହିଛି। ଇଡି ଯେତିକି ସମ୍ପତ୍ତି ଜବତ କରିସାରିଛି ତାହାର ପରିମାଣ ବ୍ୟାଙ୍କଗୁଡ଼ିକ ସହିଥିବା କ୍ଷତିର ୮୦ ପ୍ରତିଶତରୁ ଅଧିକା। ଏହା ସହିତ ଆଉ କିଛି ସମ୍ପତ୍ତି ଆଟାଚ୍ କରାଯାଇଛି। ଯାହା ପ୍ରାୟ ୮ଶହ କୋଟି ଟଙ୍କା ମୂଲ୍ୟରେ ବିକ୍ରି ହେବ। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। କିଛି ଦିନ  ତଳେ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ଵରେ ଗଠିତ କନସୋର୍ଟିୟମକୁ ଇଡି ପ୍ରାୟ ୬ହଜାର କୋଟିର ସମ୍ପତ୍ତି ହସ୍ତାନ୍ତର କରିଥିଲା।

ଅନ୍ୟପଟେ ଭାରତ ସରକାର ବିଜୟ, ମେହୁଲ ଓ ନିରବଙ୍କ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଚଳାଇଛନ୍ତି। ମାଲ୍ୟା ପ୍ରାୟ ୯ ହଜାର କୋଟିର ଠକେଇ କରି ୨୦୧୬ ମାର୍ଚ୍ଚ ୨ରେ ଦେଶ ଛାଡ଼ି ଫେରାର ହୋଇଯାଇଥିଲେ। ସେହିପରି ମେହୁଲ ଓ ମୋଦୀ ପିଏନବି ବ୍ୟାଙ୍କରୁ ପ୍ରାୟ ୧୩,୫୦୦ କୋଟିର ଠକେଇ କରି ଦେଶ ଛାଡ଼ି ଫେରାର ହୋଇଯାଇଛନ୍ତି।

Leave A Reply

Your email address will not be published.