Latest Odisha News

[ଭିଡ଼ିଓ] କ୍ରୋଧ ଓ ପ୍ରତିଶୋଧର ବର୍ବର ରୂପ…

ରାଜସ୍ଥାନ: ଜଣେ ଉଦ୍ଧତ ଗାଡି ଚାଳକର କାରନାମା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ରାଜସ୍ଥାନ ଆସଲପୁରର ଘଟଣା । ଯେଉଁଠି ଏକ ବୋଲେରୋ କ୍ୟାମ୍ପର ଅବିରତ ଭାବେ ଏକାଧିକ ଲୋକଙ୍କୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ମନରେ ପ୍ରଶ୍ନ ଆସେ, କାହିଁକି ?

ଖୋଳତାଡରୁ ସାମ୍ନାକୁ ଆସିଥିଲା ଘଟଣାର ପ୍ରଛଦପଟ୍ଟ କାହାଣୀ । ରବିବାର ଜୋବନେର ଆସଲପୁରର ଏକ ହୋଟେଲରେ କିଛି ଲୋକ ଏହି ବୋଲେରୋ କ୍ୟାମ୍ପର ଯୋଗେ ଖାଇବାକୁ ଆସିଥିଲେ । ହେଲେ କୌଣସି କାରଣରୁ ହୋଟେଲ କର୍ମଚାରୀଙ୍କ ସହ ତାଙ୍କର ବଚସା ହୋଇଥିଲା ।

ମାମଲା ଥଣ୍ଡା ପଡିଥିଲେ ବି ବୋଲେରୋ ଗାଡିରେ ଆସିଥିବା ଲୋକଙ୍କ ମନରେ ଜଳୁଥିଲା ପ୍ରତିଶୋଧର ନିଆଁ । ରାଗରେ ରକ୍ତ ଚାଉଳ ଚୋବାଉଥିବା ବୋଲେରୋ ଡ୍ରାଇଭର ହୋଟେଲ କର୍ମଚାରୀଙ୍କୁ ଗାଡି ମଡାଇ ହତ୍ୟା କରିବାକୁ ଲଗାତାର ଉଦ୍ୟମ କରିଥିଲା । ଏହି ଉଦ୍ୟମରେ ଏକାଧିକ ମୋଟର ବାଇକ୍ ଓ ଏକ କାର୍ ବି କ୍ଷତିଗ୍ରସ୍ତ ହୋଇଥିଲା । ଅନ୍ୟପଟେ ହୋଟେଲ କର୍ମଚାରୀ ବି ଉକ୍ତ ଗାଡିର ଡ୍ରାଇଭରକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ହେଲେ ବାରମ୍ବାର ଚେଷ୍ଟା କରି ନିରାଶ ହେବା ପରେ ବୋଲୋରୋ କ୍ୟାମ୍ପରଟି ଚମ୍ପଟ୍ ମାରିଥିଲା ।

Leave A Reply

Your email address will not be published.