Latest Odisha News

BREAKING NEWS

ଏହି ରୋଗ ହେଲେ ଫୁଲିଯାଏ ଶରୀର, ଲକ୍ଷଣ ଚିହ୍ନି ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ କୌଣସି ପ୍ରକାର ରୋଗ ଥିଲେ ହାତ, ଗୋଡ଼ ବା ପାଦ ଫୁଲିଯିବା ଭଲ ଲକ୍ଷଣ ନୁହେଁ। ତେବେ କେଉଁ ରୋଗ କାରଣରୁ ହାତ, ଗୋଡ଼ ଫୁଲିଯାଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ତେବେ ୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ। ସର୍ବପ୍ରଥମେ ଯଦି କିଡନୀରେ କୌଣସି ପ୍ରକାରର ବ୍ୟାଘାତ ହୁଏ ତେବେ ହାତ ଏବଂ ପାଦ ଫୁଲିବା ଆରମ୍ଭ ହୁଏ। ଦ୍ବିତୀୟରେ ଖରାପ ରକ୍ତ ସଞ୍ଚାଳନ ଏବଂ ତୃତୀୟରେ ଶରୀରରେ ଯେକୌଣସି ପ୍ରକାର ସଂକ୍ରମଣ ହେଲେ ହାତ, ପାଦ ଫୁଲିବା ଆରମ୍ଭ ହୁଏ। ବେଳେବେଳେ ଶରୀରରେ ସୋଡିୟମ୍ ସ୍ତର ବୃଦ୍ଧି ଯୋଗୁଁ ହାତ ଏବଂ ପାଦ ମଧ୍ୟ ଫୁଲିଯାଏ।

ଏସବୁ ବ୍ୟତୀତ ଏକ ଏପରି ଏକ ବିପଦଜନକ ରୋଗ ଅଛି ଯେଉଁଥିରେ ସମ୍ପୂର୍ଣ୍ଣ ଶରୀର ଫୁଲା ଆରମ୍ଭ ହୁଏ। ଏହି ବିପଦଜନକ ରୋଗକୁ ଏଡିମା ରୋଗ କୁହାଯାଏ। ଆସନ୍ତୁ ଜାଣିବା ଏହି ରୋଗ କ’ଣ ଏବଂ ଏହାର ଲକ୍ଷଣଗୁଡ଼ିକ କ’ଣ ?

ଏଡିମା ରୋଗ କ’ଣ?

ଏଡିମା ଏକ ବିପଜ୍ଜନକ ରୋଗ ଯେଉଁଥିରେ ଜଳ ପରି ପଦାର୍ଥ ହାତ ଏବଂ ପାଦରେ ଭରିବା ଆରମ୍ଭ ହୁଏ। ଡାକ୍ତରୀ ବିଜ୍ଞାନ ଭାଷାରେ ଏହାକୁ ଫ୍ଲୁଇଡ ରିଣ୍ଟେଶନ କୁହାଯାଏ। ଅନେକ ପ୍ରକାରର ଏଡିମା ରହିଛି।

ପେରିଫେରାଲ୍ ଏଡିମା..
ଏହି ଏଡିମାର ଲକ୍ଷଣ ହେଉଛି ପାଦ ତଳ, ଗୋଡ, ହାତ, ବାହୁ ଫୁଲିବା ଆରମ୍ଭ ହୁଏ ଏବଂ ଏହି ସ୍ଥାନରେ ଜଳ ପରି ପଦାର୍ଥ ଜମିବା ଆରମ୍ଭ ହୁଏ।

ଫୁସଫୁସ ଏଡିମା…
ଏହି ରୋଗରେ ଫୁସଫୁସରେ ପାଣି ଭରିବା ଆରମ୍ଭ ହୁଏ। ଯେଉଁଥିପାଇଁ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଥାଏ। ଏହି ରୋଗ ହେଲେ ବ୍ୟକ୍ତିର ଅବସ୍ଥା ଗୁରୁତର ହେବାକୁ ଲାଗେ।

ସେରେବ୍ରାଲ ଏଡିମା…
ଏହା ରୋଗ ହେଲେ ମସ୍ତିଷ୍କ କୋଷଗୁଡ଼ିକରେ ତରଳ ପଦାର୍ଥ ଜମା ହୋଇଥାଏ।

ମେକ୍ୟୁଲାର୍ ଏଡିମା…
ମଧୁମେହ ରୋଗୀଙ୍କଠାରେ ମେକ୍ୟୁଲାର ଏଡିମା ପରି ଏକ ବିପଜ୍ଜନକ ରୋଗ ଦେଖାଦିଏ। ଏହି ରୋଗର ଲକ୍ଷଣ ଆଖି ଫୁଲିଯିବା।

ଏଡିମା କେଉଁ କାରଣରୁ ସୃଷ୍ଟି ହୁଏ…

ଖରାପ ଜୀବନଶୈଳୀ ଯୋଗୁଁ ଏଡିମା ରୋଗ ସୃଷ୍ଟି ହୁଏ। ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ରକ୍ତ ନଳୀ କିମ୍ବା ରକ୍ତ ଶିରାରେ ଲିକୋଜ ହେବା ଯୋଗୁଁ ଶରୀରର ତରଳ ପଦାର୍ଥ ଟିସୁରେ ଜମା ହେବା ଆରମ୍ଭ ହୁଏ। ଯେଉଁ କାରଣରୁ ଶରୀର ଫୁଲିଯାଏ। ଏହାର ଅନ୍ୟାନ୍ୟ କାରଣ ରହିଛି, ଯେପରିକି ଶରୀରରେ ସୋଡିୟମର ପରିମାଣ ବୃଦ୍ଧି ହେବା, କିଡନୀ ସଠିକ ଭାବେ କାର୍ଯ୍ୟ ନକରିବା, ଚର୍ବି ବୃଦ୍ଧି ହେବା, ଦୀର୍ଘ ସମୟ ଧରି ଗୋଟିଏ ଅବସ୍ଥାରେ ବସିବା କିମ୍ବା ଠିଆ ହେବା ଏବଂ ଖରାପ ରକ୍ତ ସଞ୍ଚାଳନ ଯୋଗୁଁ ଏଡିମା ଭଳି ରୋଗ ଆକ୍ରମଣ କରିଥାଏ। ତେଣୁ ଭଲ ଜୀବନଶୈଳୀ ଆପଣେଇବା ନିହାତି ଜରୁରୀ।

Comments are closed.