Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୦ରେ ଥିବା ଅସଙ୍ଗତିଗୁଡ଼ିକୁ ଆଇନଗତ ଓ ନିୟାମକ ଢାଞ୍ଚା ଅନୁସାରେ ସୁଧାରିବା ସହ ଆବଶ୍ୟକ ସଂଶୋଧନ କରିବା ପାଇଁ ପାଇଁ ଚିଠି ଲେଖିଛନ୍ତି ଶିକ୍ଷାମନ୍ତ୍ରୀ ।

ଏନେଇ ଶିକ୍ଷାମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି, ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ନିହାତି ଆବଶ୍ୟକ । ଆଇନରେ ଥିବା ଅସଙ୍ଗତି ଦୂର ସହ ଆବଶ୍ୟକ ସଂଶୋଧନ କରିବା ଉଚିତ୍ । ଯାହା ଶିକ୍ଷାନୁଷ୍ଠାନଗୁଡ଼ିକର ସ୍ବାୟତ୍ତତାକୁ ସୁରକ୍ଷିତ ରଖିବ । ଶିକ୍ଷାର ମାନଦଣ୍ଡ ବଜାୟ ରଖିବାକୁ ଏହି ସଂଶୋଧନ ଗୁରୁତ୍ବପୂର୍ଣ୍ଣ ବୋଲି କହି ମୁଖ୍ୟମନ୍ତ୍ରୀକୁ ଚିଠି ଲେଖି କରିଛନ୍ତି ଧର୍ମେନ୍ଦ୍ର ।

 

Comments are closed.