ଭୁବନେଶ୍ବର: ଆଜିଠାରୁ ସକାଳୁଆ ଖୋଲିଲା ଅଙ୍ଗନବାଡି କେନ୍ଦ୍ର । ସକାଳ ୭ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ହେଲା ପାଠ ପଢା । ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ବିଟ୍ କରି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ।
ଏକ୍ସ ରେ ପୋଷ୍ଟ କରି ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଟାଣ ଖରାରୁ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ଉଭୟ ନିଜସ୍ୱ ଗୃହ ଏବଂ ବିଦ୍ୟାଳୟ ଗୃହରେ ଚାଲୁଥିବା ଅଙ୍ଗନବାଡିଗୁଡିକର ସକାଳୁଆ ପାଠ ପଢାଇବାକୁ ନିଷ୍ପତ୍ତି ନିଆଯାଇଛି ।
ବର୍ତ୍ତମାନ ରାଜ୍ୟରେ ବଢୁଥିବା ଖରାର ପ୍ରକୋପ ସହ ଅସହ୍ୟ ତାତିକୁ ନଜରରେ ରଖି ସ୍କୁଲ ଗୁଡିକ ମଧ୍ୟ ସକାଳୁଆ ହୋଇସାରିଛି । ଏହାପରେ ଅଙ୍ଗନବାଡିକୁ ମଧ୍ୟ ସକାଳୁଆ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
Comments are closed.