Latest Odisha News

ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ

ଭୁବନେଶ୍ୱର: ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି। ସମ୍ୱଲପୁର, ଭୁବନେଶ୍ୱରରେ ଥିଲା କାର୍ଯ୍ୟକ୍ରମ। ୨୧ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିଥାନ୍ତେ ଅମିତ ଶାହ। ୨୧ ତାରିଖରେ ଅମିତ ଶାହ ଝାରସୁଗୁଡା ଏୟାରପୋର୍ଟରେ ଓହ୍ଲାଇବାର କାର୍ଯ୍ୟସୂଚୀ ଥିଲା। ହେଲେ କୌଣସି କାରଣ ବଶତଃ ଏହି କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି।

ରାତିରେ ଶାହ ଏମସିଏଲ ଗେଷ୍ଟ ହାଉସରେ ରହିଥାନ୍ତେ। ୨୨ତାରିଖ ସକାଳେ ସମଲେଇ ଦର୍ଶନ ପରେ, ପିଏ ଡି ପଡ଼ିଆରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। ସେଦିନ ସନ୍ଧ୍ୟାରେ ଅମିତ ଶାହ ପୁରୀ ଗସ୍ତ କରି ରାତ୍ରୀ ଯାପନ କରିଥାନ୍ତେ।

୨୩ ତାରିଖ ସକାଳେ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିଥାନ୍ତେ। ଏହାପରେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଭାରତର ଦ୍ଵିତୀୟ ଫରେନସିକ ୟୁନିଭେର୍ସିଟିର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହାପରେ ସେହି ଦିନ ଦିଲ୍ଲୀ ଫେରି ଯାଇଥାନ୍ତେ ଅମିତ ଶାହ। ଏନେଇ ସୂଚନା ଦେଇଥିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

 

Comments are closed.