Latest Odisha News

BREAKING NEWS

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବାସଭବନରେ ବିଜେପି ମହିଳା ମୋର୍ଚ୍ଚାର ଅଣ୍ଡାମାଡ

କଳାହାଣ୍ଡି : କ୍ୟାପଟେନଙ୍କ ଘରକୁ ଅଣ୍ଡାମାଡ । ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ଅପହରଣ ଓ ହତ୍ୟା ମାମଲାରେ ତେଜୁଛି ବିରୋଧ । ବିଜେପି ପକ୍ଷରୁ ଆଜି କଳାହାଣ୍ଡି ବନ୍ଦ ପାଳନ କରାଯାଉଥିବା ବେଳେ କ୍ୟାପଟେନ ବିଦ୍ୟଶଙ୍କର ମିଶ୍ରଙ୍କର ବାସଭବନକୁ ଅଣ୍ଡାମାଡ କରାଯାଇଛିା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ଭବାନୀପାଟଣା ସ୍ଥିତ ବାସ ଭବନକୁ ଅଣ୍ଡାମାଡ ହୋଇଛି। ଏହି ଘଟଣାରେ ବିଦ୍ୟାଳୟର ସଭାପତି ତଥା ମାଲିକ କୁହାଯାଉଥିବା ଗୋବିନ୍ଦ ସାହୁ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇଛି ମହିଳା ମୋର୍ଚ୍ଚା ।ମହାଲିଙ୍ଗ କଲେଜ ପରିଚାଳନା କମିଟି ସଭାପତି ରହି ଅନୈତିକ କାର୍ଯ୍ୟ ଚଳାଉଥିଲା ବୋଲି ଅଭିଯୋଗ ଉଠିଛି ।

ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଅଭିଯୁକ୍ତ ଯେ ତା’ର ସାମ୍ରାଜ୍ୟ ବିସ୍ତାର କରିଥିଲା, ତାହା ଆଉ ଅଛପା ହୋଇ ରହିନାହିଁ । ନିଜର ଅତି ଘନିଷ୍ଠ ସହଯୋଗୀର କଳା କାରନାମା କିପରି ମନ୍ତ୍ରୀ ଜାଣିପାରିଲେ ନାହିଁ, ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିରୋଧୀ ଦଳ ଏହି ପ୍ରସଙ୍ଗକୁ ଧରି ସରକାରଙ୍କୁ ଅଡ଼ୁଆରେ ପକାଇବାର କୌଣସି ସୁଯୋଗ ହାତ ଛଡ଼ା କରୁ ନାହାନ୍ତି । ଶ୍ରୀ ମିଶ୍ର ଗୃହ ବିଭାଗର ମନ୍ତ୍ରୀ ହୋଇଥିବାରୁ ପୁଲିସ କିପରି ନିରପେକ୍ଷ ତଦନ୍ତ କରିବ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି ।

ଗୋବିନ୍ଦ ମନ୍ତ୍ରୀଙ୍କର ଏତେ ଘନିଷ୍ଠ ଯେ ସେହି କଲେଜର ଅତିଥି ହେବା ପାଇଁ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ ନେଇ ମନ୍ତ୍ରୀ ଶ୍ରୀ ମିଶ୍ର ସେଠାରେ ପହଞ୍ଚି ଯାଉଥିଲେ । ମନ୍ତ୍ରୀ ପ୍ରତାପ ଜେନା, ନିରଞନ ପୂଜାରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ସେଠାରେ ମଞ୍ଚମଣ୍ଡନ କରିଥିଲେ । ସମସ୍ତେ ଗୋବିନ୍ଦଙ୍କୁ ପ୍ରଶଂସାରେ ପୋତି ପକାଉଥିଲେ । ଏବେ ଗୋବିନ୍ଦର ମୁଖା ଖୋଲିଲା ପରେ ମନ୍ତ୍ରୀମାନେ ବି ସାଧାରଣରେ ସନ୍ଦେହ ଘେରକୁ ଆସିଯାଇଛନ୍ତି ।

Leave A Reply

Your email address will not be published.