Latest Odisha News

ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା

ଭୁବନେଶ୍ୱର: ବିଜେଡ଼ିରେ ମିଶିଲେ କୈଳାସ କୁଲେସିକା। କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଥିଲେ। ୨୦୧୪-୧୯ ଯାଏ ସେ ଲକ୍ଷ୍ମୀପୁରରୁ କଂଗ୍ରେସ ବିଧାୟକ ଥିଲେ। ତେବେ ଆଜି ବିଧିବଦ୍ଧଭାବେ ବିଜେଡ଼ିରେ ଯୋଗଦେଇଛନ୍ତି କୈଳାସ କୁଲେସିକା।

BjdElectrycity

ବିଜୁ ଜନତା ଦଳର ରାଜ୍ୟ ସଙ୍ଗଠନର ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଇଂ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ସହିତ ଯାଇ ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବିଜେଡ଼ିରେ ମିଶିଛନ୍ତି। ଏହାସହ ଲକ୍ଷ୍ମୀପୁର ବ୍ଲକର ଚେୟାରମ୍ୟାନ ଓ ବହୁ ସରପଞ୍ଚ, ସମିତି ସଭ୍ୟଙ୍କ ସହ ବହୁ କଂଗ୍ରେସ କର୍ମୀ କଂଗ୍ରେସ ଦଳ ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.