Latest Odisha News

BREAKING NEWS

ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି । ବ୍ଲୁମବର୍ଗ ଅନୂସାରେ, ଏକ୍ସ ଓ ଟେସଲା ପରି ବିଶାଳ କମ୍ପାନୀର ମାଲିକ ଏଲନ୍ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ନୁହଁନ୍ତି । ଗତ ୯ ମାସ ମଧ୍ୟରେ ପ୍ରଥମ ଥର ପାଇଁ  ମସ୍କ ଏହି ଟାଇଟଲରୁ ବଞ୍ଚିତ ହୋଇଛନ୍ତି । ଗତକାଲି ଟେସଲା ଇଂକର ସେୟାର ୭.୨ ପ୍ରତିଶତ ହ୍ରାସ ପାଇବା ପରେ ଏଲନ୍ ମସ୍କ ସବୁଠାରୁ ଧନୀ ବ୍ୟକ୍ତି ଭାବେ ବାଦ୍ ପଡ଼ିଛନ୍ତି । ଫଳରେ ଏଲନ୍ ମସ୍କଙ୍କୁ ବଡ଼ ଝଟକା ଲାଗିଛି ।  ଜେଫ୍ ବେଜୋସ୍ ଏବେ ଏଲନ୍ ମସ୍କଙ୍କ ଠାରୁ ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀଙ୍କ ଆଖ୍ୟା ଛଡ଼ାଇ ନେଇଛନ୍ତି ।

ସୂଚନାଅନୁସାରେ, ଏଲନ୍ ମସ୍କଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୯୭.୭ ବିଲିୟନ ଡଲାର । କିନ୍ତୁ ଏବେ ବେଜୋସଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୦୦.୩ ବିଲିୟନ ଡଲାରରେ ପହଞ୍ଚିଛି । ବ୍ଲୁମବର୍ଗ ଅନୁସାରେ,  ୨୦୨୧ ମସିହା ପର ଠାରୁ  ପ୍ରଥମ ଥର  ପାଇଁ ଆମାଜନ୍ .ଡଟ୍ ଇନ ପ୍ରତିଷ୍ଠାତା ବେଜୋସ ସବୁଠାରୁ  ଧନୀ ବ୍ୟକ୍ତିଙ୍କ ଶୀର୍ଷରେ ରହିଛନ୍ତି । ଏଲନ୍ ମସ୍କ(୫୨) ଓ ବେଜୋସଙ୍କ (୬୦) ମଧ୍ୟରେ ସମ୍ପତ୍ତିର ବ୍ୟବଧାନ ୧୪୨ ବିଲିୟନ ଡଲାର ଥିଲା । ଯାହାକି ଆମାଜନ ଓ ଟେସଲାର ସେୟାର ଭିତରେ ବୃଦ୍ଧି ହେତୁ ଏହା ମଧ୍ୟ ହ୍ରାସ ପାଇଛି । ଏହି ଦୁଇ କମ୍ପାନୀର ସେୟାରଗୁଡ଼ିକ ଶ୍ରେଷ୍ଠ ୭ ସେୟାରରେ ସାମିଲ ହୋଇଛନ୍ତି । ଯାହା ଆମେରିକାର ଇକ୍ଟିଟି ବଜାରକୁ  ମଧ୍ୟ ପ୍ରଭାବିତ କରିଛି । ୨୦୨୨ ଶେଷ ପର୍ଯ୍ୟନ୍ତ ଆମାଜନର ସେୟାରଗୁଡ଼ିକ ଦ୍ୱିଗୁଣିତ ହୋଇଛି ।  ଏଥିସହ  ନିକଟତର ହୋଇଛି ରେକର୍ଡ ଶୀର୍ଷରେ ପହଞ୍ଚିବାକୁ । ତେବେ ଟେସଲା ୨୦୨୧ରେ ଶୀର୍ଷରୁ ପ୍ରାୟ ୫୦ ପ୍ରତିଶତ ହ୍ରାସ ପାଇଛି ।

ଗତକାଲି  ଟେସଲା ସେୟାରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଥିଲା । ପ୍ରାଥମିକ ତଥ୍ୟ ଅନୁସାରେ, ସାଂଘାଇରେ ଥିବା ଏହାର  କାରଖାନାରୁ ପରିବହନ ଗୋଟିଏ ବର୍ଷରୁ ଅଧିକ ସମୟ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଖସି ଆସିଛି ।  ଏହି ସମୟରେ  କରୋନା ମହାମାରୀ ଆରମ୍ଭରୁ ଆମାଜନ ଅନଲାଇନ ବିକ୍ରିରେ ଶୀର୍ଷରେ ରହିଆସିଛି ।

Leave A Reply

Your email address will not be published.