Latest Odisha News

BREAKING NEWS

ମୋଦିଙ୍କ ଉପରେ ବର୍ଷିଲେ ସୋନିଆ; କହିଲେ, ଅନ୍ୟର ପାଟି ଚୁପ କରାଇଦେଲେ ଦେଶ ସମସ୍ୟାର ସାମାଧାନ ହେବନି

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପୁଣି ଥରେ କେନ୍ଦ୍ର ମୋଦିନ ସରକାର ଉପରେ ବର୍ଷିଛନ୍ତି । ମୋଦି ସରକାର କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରିବା, ସଂସଦରେ ବିରୋଧୀଙ୍କୁ କହିବାର ସୁଯୋଗ ନ ଦେବା, ମିଡିଆକୁ ନିଜ ନିୟନ୍ତ୍ରଣରେ ରଖିବା, ନ୍ୟାୟପାଳିକାର ବିଶ୍ୱସନୀୟତାକୁ ଦୁର୍ବଳ କରିବା ପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏକ ଖବରକାଗଜ ସ୍ତମ୍ଭରେ ପ୍ରକାଶ ପାଇଥିବା ସୋନିଆଙ୍କ ଲେଖାରେ  ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଏବଂ ଚାଷୀ ସମସ୍ୟା ନେଇ ସେ ମୋଦି ସରକାର ଉପରେ ବର୍ଷିଛନ୍ତି ।

ସୋନିଆ କହିଛନ୍ତି, ଅନ୍ୟକୁ ଚୁପ କରାଇବା ଦେବା ଦ୍ୱାରା ଦେଶରେ ଦେଖା ଦେଉଥିବା ସମସ୍ୟାର ସମାଧାନ ହେବ ନାହିଁ । ସୋନିଆ ଲେଖିଛନ୍ତି,  ଗତ କିଛି ମାସ ହେଲେ ସେ ଲକ୍ଷ୍ୟ କରୁଛନ୍ତି, ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ଲୋକତନ୍ତ୍ରର ସମସ୍ତ ସ୍ତମ୍ଭ ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ଧ୍ୱସ୍ତ କରୁଛନ୍ତି । ସୋନିଆ ନିଜ ଲେଖାରେ ସଂସଦରେ ହୋଇଥିବା ଘଟଣାର ଉଦାହରଣ ବି ଦେଇଛନ୍ତି । ସୋନିଆ ଲେଖିଛନ୍ତି, ଗତ ସଂସଦୀୟ ଅଧିବେଶନରେ ଆମେ ସରକାରୀ ରଣନୀତିକୁ ଦେଖିଛୁ । ସଂସଦରେ ବିରୋଧୀ ଦଳର ବେକାରୀ ସମସା, ମୁଦ୍ରାସ୍ପୀତି, ସାମାଜିକ ବିଭାଜନ, ବଜେଟ ଏବଂ ଅଦାନୀ ଆଦି ପ୍ରସଙ୍ଗକୁ ଉଠାଇବାକୁ ଦେଇ ନ ଥିଲେ ସରକାର ।

ସେହିପରି ମୋଦି ସରକାର ସିବିଆଇ ଏବଂ ଇଡିର ଦୁରୁପୋଗ କରୁଛି । ୯୫ ପ୍ରତଶତ ରାଜନୈତିକ ମାମଲା କେବଳ ବିରୋଧୀ ଦଳ ବିରୋଧରେ ଦାଏର କରାଯାଉଛି । ଯଦି ସେହି ଲୋକ ବିଜେପିରେ ସାମିଲ ହୋଇ ଯାଉଛନ୍ତି ତେବେ ଆଶ୍ଚର୍ଯ୍ୟଜନକ ଭାବେ ଅଭିଯୋଗ ଗାଏବ ହୋଇ ଯାଉଛି ।

ସୋନିଆ ଆହୁରି କହିଚନ୍ତି, ମୋଦି ସତ୍ୟ ଏବଂ ନ୍ୟାୟକୁ ନେଇ ଉପର ଦେଖାଣିଆ ବୟାନ ଦେଉଛନ୍ତି । ଏପରିକି ମୋଦି କୋଟିପତି ବ୍ୟବସାୟୀମାନେ କରୁଥିବା ଦୁର୍ନୀତି ପ୍ରତି ସେ ଆଖି ବୁଜି ଦେଉଛନ୍ତି । ସେ ମେହୁଲ ଚୋକସି, ବିଲକସ ବାନୋ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

Leave A Reply

Your email address will not be published.