ମୁମ୍ବାଇ: ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା 7ଟାରେ ଶପଥ ଗ୍ରହଣ କରିବେ ଏକନାଥ । ଆଜି କେବଳ ଏକା ସେ ଶପଥ ନେବେ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ।
"Eknath Shinde to be the Maharashtra Chief Minister, oath ceremony to be held at 7.30pm today," BJP leader Devendra Fadnavis announces in a joint press conference with Shinde pic.twitter.com/PiXv1I5nkU
— ANI (@ANI) June 30, 2022
ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ଗୋଆରୁ ମୁମ୍ବାଇ ପହଁଞ୍ଚିବା ପରେ ଅପରାହ୍ନ ୪ଟା ୩୦ ସମୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ । ଦୁଇନେତା ଗର୍ଭନରଙ୍କ ସହ ମିଶି ସରକାର ଗଠନ କରିବାର ଦାବି ରଖିଥିଲେ।
After the swearing-in ceremony today, we will have a cabinet expansion and Shiv Sena and BJP leaders will take the oath. I will stay out of the government: BJP leader Devendra Fadnavis pic.twitter.com/o6OnBk5ROS
— ANI (@ANI) June 30, 2022
ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ଦେବେନ୍ଦ୍ର ଫଡନଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ହେଲେ ସବୁ କଳ୍ପନାର ଅନ୍ତ ଘଟାଇ ଆଜି ସନ୍ଧ୍ୟା ୭ ଟାରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ସିନ୍ଦେ । ଫଡନାଭିସ ମନ୍ତ୍ରୀମଣ୍ଡଳରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ।
Comments are closed.