Latest Odisha News

BREAKING NEWS

କରୋନାର କରୁଣ ରୂପ: ଆବଦ୍ଧ କାଚ ରୁମ ଭିତରୁ ନାତି-ନାତୁଣୀଙ୍କୁ ଭେଟିଲେ ଜେଜେ ବାପା ଓ ମାଆ

ଲଣ୍ଡନ: ଇଂଲଣ୍ଡର ନରୱିଚ ସହରରେ ଏକ ଅଭୁଲା ଦୃଶ୍ୟ ଦେଖିବାକୁ ମିଳିଛି । କରୋନା ଭାଇରସ କିପରି ଆତ୍ମୀୟଙ୍କଠାରୁ ଦୂରେଇ ରଖୁଛି ସେଭଳି ଏକ ଘଟଣା ସମ୍ମୁଖକୁ ଆସିଛି । ଜେଜେବାପା ଓ ମାଆ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଥିବାରୁ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ପୁଅ ଏବଂ ବୋହୁ ଆଇସୋଲେଶନରେ ରଖିଥିଲେ ।

ଯେ ହେତୁ ସେମାନେ ଏକୁଟିଆ ରହୁଥିଲେ ଅନ୍ୟ କାହା ସହିତ ସାକ୍ଷାତ କରିପାରୁ ନ ଥିଲେ । ନିଜ ନାତି ଓ ନାତୁଣୀଙ୍କୁ ଦେଖିବାକୁ ମନ କରିବାରୁ ପୁଅ-ବୋହୂ ସେମାନଙ୍କୁ ଆଣିଥିଲେ । ତେବେ ଆବଦ୍ଧ କାଚ ରୁମରେ ସେମାନେ ନାତି-ନାତୁଣୀଙ୍କୁ ଭେଟିଥିଲେ । ଏହି ଦୃଶ୍ୟ ଜଣେ ଫଟୋଗ୍ରାଫର ତାର କ୍ୟାମେରାରେ କୈଦ କରି ଦେଇଥିଲା । ଯାହା ଏବେ ସୋସିଆଲ ସାଇଟରେ ଶେୟାର ହେବା ପରେ ଅନେକଙ୍କ ଆଖିରେ ଲୁହ ଆଣି ଦେଉଛି ।

Leave A Reply

Your email address will not be published.