Latest Odisha News

ଏଣିକି ଏନ୍‌ଆର୍‌ଆଇଙ୍କୁ ମିଳିବ କି ମତଦାନର ଅଧିକାର? ନିର୍ବାଚନ ଆୟୋଗର କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ପ୍ରସ୍ତାବ

ନୂଆଦିଲ୍ଲୀ: ଡାକ ମତପତ୍ର (ଡାକ ବାଲାଟ୍) ମାଧ୍ୟମରେ ଏନଆରଆଇ ମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦେବାକୁ ନିର୍ବାଚନ ଆୟୋଗ (ଇସି) କେନ୍ଦ୍ର ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି। ଏହା ହେଉଛି ଏକ ପଦକ୍ଷେପ ଯାହା ନିର୍ବାଚନ ନିୟମ ୧୯୬୧ର ସଂଶୋଧନ ମାଧ୍ୟମରେ କାର୍ଯ୍ୟକାରୀ ହୋଇପାରିବ। ଏଥିପାଇଁ ସଂସଦର ଅନୁମତି ଆବଶ୍ୟକ ହେବ ନାହିଁ।

BjdElectrycity

ରିପୋର୍ଟ ଅନୁଯାୟୀ, ଆସାମ, ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ ଏବଂ ପୁଡୁଚେରୀରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏନଆରଆଇ ଭୋଟରଙ୍କ ନିକଟରେ ବୈଦୁତିକ ଭାବରେ ପଠାଯାଇଥିବା ଡାକ ବାଲାଟ ସିଷ୍ଟମ (ETPBS) କୁ ବଢାଇବାକୁ ନିର୍ବାଚନ ଆୟୋଗ ଆଇନ ମନ୍ତ୍ରଣାଳୟକୁ କହିଛନ୍ତି। ଆୟୋଗ ବୈଷୟିକ ଏବଂ ପ୍ରଶାସନିକ ଭାବରେ ପ୍ରସ୍ତୁତ। ବର୍ତ୍ତମାନ ବିଦେଶରେ ରହୁଥିବା ଭାରତୀୟ ଭୋଟରମାନେ କେବଳ ନିଜ ନିଜ ନିର୍ବାଚନମଣ୍ଡଳୀରେ ଭୋଟ୍ ଦେଇପାରିବେ।

ସୂଚନା ଅନୁଯାୟୀ, ପ୍ରାୟ ଏକ କୋଟି ଭାରତୀୟ ଅଛନ୍ତି ଯେଉଁମାନେ ବିଦେଶରେ ରୁହନ୍ତି। ଏଥିମଧ୍ୟରୁ ପ୍ରାୟ ୬୦ ଲକ୍ଷ ଭୋଟ୍ ବୟସ ପାଇଁ ଯୋଗ୍ୟ ହୋଇପାରିବେ। ସେହି ସମୟରେ, ETPBS ବର୍ତ୍ତମାନ କେବଳ ସଭିର୍ସ୍‌ ଭୋଟରଙ୍କ ପାଇଁ ଉପଲବ୍ଧ। ଏହି ସିଷ୍ଟମ ଅଧୀନରେ ଡାକ ବାଲାଟ ଇଲେକ୍ଟ୍ରୋନିକ୍ ପଠାଯାଏ ଏବଂ ସାଧାରଣ ମେଲ ମାଧ୍ୟମରେ ଫେରସ୍ତ କରାଯାଏ।

Leave A Reply

Your email address will not be published.