Latest Odisha News

BREAKING NEWS

କରୋନାର କରାଳ ରୂପ; ବିଶ୍ୱରେ କରୋନା ସଂକ୍ରମଣ ସଂଖ୍ୟା ୬.୪ କୋଟି ପାର୍‌

ନୂଆଦିଲ୍ଲୀ: ସାରା ବିଶ୍ୱରେ ସାଂଘାତିକ ଭାବରେ କରୋନା ଭୂତାଣୁ ସଂକ୍ରମଣ ବଢିବାରେ ଲାଗିଛି। ବିଶ୍ୱର‌େ ଏପର୍ଯ୍ୟନ୍ତ କରୋନା ଜନିତ ସଂକ୍ରମଣ ୬.୪ କୋଟି ପାର୍‌ କରିଥିବା ବେଳେ ଏପର୍ଯ୍ୟନ୍ତ ୧୪.୬ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବିଶ୍ୱର‌େ ମୋଟ କରୋନା ମାମଲା ୬ କୋଟି ୪୧ ଲକ୍ଷରୁ ଅଧିକ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୧୪ ଲକ୍ଷ ୮୬ ହଜାର ୬୦୯।

ୱାର୍ଲଡ୍‌ ମିଟର ଅନୁଯାୟୀ, ୧ କୋଟି ୪୧ ଲକ୍ଷରୁ ଅଧିକ କରୋନା ମାମଲା ସହିତ ଏବଂ ୨ ଲକ୍ଷ ୭୬ ହଜାର ୯୭୬ ଜଣଙ୍କ ମୃତ୍ୟୁ ସହ ଆମେରିକା ବିଶ୍ୱର ସର୍ବାଧିକ କରୋନା ପ୍ରଭାବଶାଳୀ ଦେଶ ହୋଇ ରହିଛି। ଏଥିସହ ୯୪ ଲକ୍ଷ ୯୯ ହଜାରରୁ ଅଧିକ କରୋନା ମାମଲା ସହ ଭାରତ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୮ ହଜାର ୧୫୯ ରେ ପହଞ୍ଚିଛି।

Leave A Reply

Your email address will not be published.