Latest Odisha News

BREAKING NEWS

ଦିଲ୍ଳୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ: ବଢ଼ିବ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏନେଇ ନିର୍ବାଚନ କମିଶନ ମଂଜୁରୀ ଦେଇଛନ୍ତି । ସୂଚନା ମୁତାବକ, ଗୃହ ମନ୍ତ୍ରାଳୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟକାଳ ଏକ ମାସ ବଢ଼ାଇବା ଲାଗି ଅନୁରୋଧ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଫେବୃଆରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ଏହାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଅପିଲ କରିଛନ୍ତି ।

୨୦୧୭ ଜାନୁଆରୀ ୩୦ରେ ଦିଲ୍ଳୀ ପୋଲିସ କମିଶନର ଦାୟିତ୍ୱ ଗ୍ରହଣ କରିଥିଲେ ଓଡ଼ିଶାରେ ଜନ୍ମିତ ଅମୂଲ୍ୟ ପଟ୍ଟନାୟକ । ସେ ୧୯୮୫ ବ୍ୟାଚର ଆଇପିଏସ୍ ଅଧିକାରୀ । ସେ ପୋଲିସ କମିଶନର ଦାୟିତ୍ୱ ତୁଲାଇବା ପୂର୍ବରୁ ସ୍ପେଶାଲ କମିଶନର ଅଫ୍ ପୋଲିସ ପଦରେ ଥିଲେ ।

Leave A Reply

Your email address will not be published.