Latest Odisha News

BREAKING NEWS

ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ରବିବାର ପିଡିପି ସଭାପତି ମେହବୁବା ମୁଫତିଙ୍କୁ ଏକ କାରଣ ଦର୍ଶାଏ ନୋଟିସ ଜାରି କରାଯାଇ। ଲୋକ ସଭା ନିର୍ବାଚନରେ ତୃତୀୟ ପର୍ଯ୍ୟାୟ ଭୋଟ ଦେବା ପୂର୍ବରୁ ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ। ରାଜୌରୀ ଜିଲ୍ଲାରେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପିଲାଙ୍କୁ ଭୋଟ୍ ମାଗିବା ଅଭିଯୋଗରେ ସ୍ପଷ୍ଟୀକରଣ ମାଗିଥିଲେ। ରାଜୌରୀ ଅନନ୍ତନାଗ ସଂସଦୀୟ ନିର୍ବାଚନମଣ୍ଡଳୀର ଏକ ଅଂଶ, ଯେଉଁଠାରେ ମେ ୨୫ରେ ଷଷ୍ଠ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ।

BjdElectrycity

ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ଅନନ୍ତନାଗ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଠାରେ ୨୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ରାଜୌରୀ ଏବଂ ଆଦର୍ଶ ଆଚରଣ ସଂହିତା ନୋଡାଲ ଅଧିକାରୀ ରାଜୀବ କୁମାର ଖଜୁରିଆ ମେ ୧ରେ ଜିଲ୍ଲାର ଶାହଦରା ସରିଫ ଅଞ୍ଚଳରେ ଆୟୋଜିତ ଏକ ନିର୍ବାଚନ ରାଲିରେ ମେହବୁବା ମୁଫତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ନାବାଳିକାଙ୍କୁ ପିଡିପିକୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା।

ନୋଡାଲ ଅଧିକାରୀ ରାଜୀବ କୁମାର ଖଜୁରିଆ ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଦେବାକୁ କହିଛନ୍ତି। ନିର୍ବାଚନ ଆୟୋଗ ଏବଂ ଶିଶୁ ଅଧିକାର ସୁରକ୍ଷା ଜାତୀୟ ଆୟୋଗର ନିର୍ଦ୍ଦେଶାବଳୀକୁ ଦର୍ଶାଇ ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି ଅଧିକାରୀ କହିଛନ୍ତି। ମେହବୁବା ମୁଫତିଙ୍କୁ ଲେଖାଯାଇଥିବା ଚିଠିରେ ଚେତାବନୀ ଦିଆଯାଇଛି ଯେ ଯଦି ସେ ଏହାର ଜବାବ ନଦିଅନ୍ତି ତେବେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ ଏବଂ ତାଙ୍କୁ ରାଜୌରୀରେ ସାଧାରଣ ସଭା ତଥା ସମାବେଶ ଆୟୋଜନ କରିବାକୁ ବାରଣ କରାଯିବ।

Leave A Reply

Your email address will not be published.