Latest Odisha News

BREAKING NEWS

ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର

ନୂଆଦିଲ୍ଲୀ: ନିକଟରେ ଆମ ଆଦମୀ ପାର୍ଟି ଛାଡିଥିବା ରାଜକୁମାର ଆନନ୍ଦ ରବିବାର ବହୂଜନ ସମାଜ ପାର୍ଟିରେ ଯୋଗ ଦେଇଛନ୍ତି । ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ବିଜେପିକୁ ଯିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବରମାନ ପ୍ରକାଶ ପାଇଥିଲା । ମାତ୍ର ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ବିଏସପିରେ ଯୋଗ ଦେଇଛନ୍ତି । ଆପରୁ ଇସ୍ତଫା ଦେବା ବେଳେ ସେ ଅରବିନ୍ଦ୍ର କେଜ୍ରିୱାଲଙ୍କ ସରକାର ଏସସି, ଏସଟିଙ୍କ ସହ ପକ୍ଷପାତିତା କରୁଥିବା ମାରାତ୍ମକ ଅଭିଯୋଗ ଆଣିଥିଲେ । ସେ କେଜ୍ରିୱାଲଙ୍କ ସରକାରରେ ସମାଜକଲ୍ୟାଣ ମନ୍ତ୍ରୀ ଥିଲେ । ବିଏସପିକୁ ଫେରିବା ମୋ ପାଇଁ ଘର ବାହୁଡା ସଦୃଶ ବୋଲି ସେ କହିଛନ୍ତି ।

BjdElectrycity

୧୯୮୫ରୁ ୧୯୯୦ ମଧ୍ୟରେ କାଂଶୀ ରାମଜୀ ଓ ସୁଶ୍ରୀ ମାୟାବତୀ ମୋତେ ରାଜନୀତି ଶିଖାଇଥିଲେ । ଏହା ପରେ ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଆସିବା ପରେ ରାଜନୀତି ବଦଳିବା ଆଶା ଦେଖା ଯାଇଥିଲା । ମୁଁ ଆଗ ପଛ ଚିନ୍ତା ନ କରି ଆପରେ ଯୋଗ ଦେଇଥିଲେ । ଏବେ ମୁଁ ମୋ ଭୁଲ ବୁଝିପାରିଛି ଓ ପୂରୁଣା ଦଳକୁ ଫେରିଛି ବୋଲି କହିଛନ୍ତି ।

Leave A Reply

Your email address will not be published.