Latest Odisha News

BREAKING NEWS

ଆନ୍ଧ୍ର ଡିଜିପିଙ୍କୁ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ଆନ୍ଧ୍ରପ୍ରଦେଶ ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଶାସନରେ ଥିବା ୱାଇଏସ୍ ଆର କଂଗ୍ରେସକୁ ଡିଜିପି ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ସହଯୋଗ କରୁଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଥିଲେ। ଯାହା ଆଧାରରେ ଏପରି କିଛି ପଦକ୍ଷେପ ନେଇଛନ୍ତି ନିର୍ବାଚନ କମିଶନ । ଏଥିସହ ତୁରନ୍ତ ଡିଜିପି ପଦବୀ ପୂରଣ ଲାଗି ମଧ୍ୟ ଯୋଜନା କରାଯାଉଛି । ଏହି ପୋଷ୍ଟ ଲାଗି ଡିଜି ରାଙ୍କ ବିଶିଷ୍ଟ ତିନି ଅଧିକାରୀଙ୍କ ତାଲିକା ଦେବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ନିର୍ବାଚନରେ ସଂପୃକ୍ତ କୌଣସି ଡ୍ୟୁଟି ନଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଇସି ।

BjdElectrycity

ସୂଚନାଯୋଗ୍ୟ, ପୂର୍ବରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ୨ ପୋଲିସ ଅଧିକାରୀ ବଦଳି କରାଯାଇଥିଲା । କଟକ ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଂଜନ ସାହୁ ଏବଂ ଏସଆଇ ସରସ୍ୱତୀ ସାହୁଙ୍କୁ ବଦଳି ପାଇଁ ଟୁଇନସିଟି ପୋଲିସ କମିଶନର ଏବଂ ପୋଲିସ ଡିଆଇଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଦର୍ଶ ଆଚରଣ ବିଧି ଲାଗିଥିବା ବେଳେ ଗୋଟିଏ ଦଳୀୟ ବ୍ୟାନର ଲାଗିଥିବା କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ କେମିତି ଯୋଗଦେଲେ ବୋଲି ପ୍ରଶ୍ନ ଉଠାଇ ସିଇଓଙ୍କୁ ଭେଟି ଅଭିଯାଗ କରିଥିଲା ବିଜେପି। ପୂର୍ବରୁ ନିର୍ବାଚନ ଆଚାରଣ ବିଧି ଉଲଂଘନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲାର ଦୁଇ ଭାରପ୍ରାପ୍ତ ଶିକ୍ଷକ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସେମାନେ ହେଲେ ପାପଡାହାଣ୍ଡି ବ୍ଲକ ପିତାରୀଗୁଡା ଗ୍ରାମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗୌତମ ଚରଣ ସାହୁ ଏବଂ ଡାବୁଗାଁ ବ୍ଲକ ପୂଜାରୀଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ମନୋଜ କୁମାର ଭତ୍ରା । ଆହୁରି ମଧ୍ୟ ବିଜେପିର ଅଭିଯୋଗ ପରେ ମିଶନ ଶକ୍ତି ସଚିବ ପଦରୁ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିଲେ ଇସି।

Leave A Reply

Your email address will not be published.