Latest Odisha News

ବ୍ରହ୍ମପୁରରେ ମୋଦୀଙ୍କ ଅଭିଭାଷଣ; ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌, ୧୦ରେ ମୁଖ୍ୟମନ୍ତ୍ରୀ ଶପଥ ନେବେ

ବ୍ରହ୍ମପୁର: ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର କନିଷି ସଭାରେ ପହଞ୍ଚିଛନ୍ତି ମୋଦି । ବ୍ରହ୍ମପୁର କନିଷି ଠାରେ ଆୟୋଜିତ ନିର୍ବାଚନୀ ସଭାରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଜୟ ଜଗନ୍ନାଥ ଓ ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କଲେ । କିହିଲେ କାଲି ମୁଁ ଅଯୋଧ୍ୟାରେ ଥିଲି, ରାମ ଲାଲାଙ୍କୁ ଦର୍ଶନ କଲି । ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଭୂମିରେ ଆପଣଙ୍କ ଆଶୀର୍ବାଦ ପାଇଁ ଆସିଛି । ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ମନ୍ଦିର ମୋଦି ନୁହେଁ, ଆପଣଙ୍କ ଭୋଟ୍ ନିର୍ମାଣ କରିଛି ।

ମୋଦି ଆହୁରି କହିଛନ୍ତି ଯେ, ଓଡ଼ିଶାରେ ଏଥର ୨ ଟି ଯଜ୍ଞ ଏକା ସାଥୀରେ ହେଉଛି । ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି ଆଉ ଗୋଟିଏ ଓଡ଼ିଶାରେ ବିଜେପି ନେତୃତ୍ବର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି । ମୋଦି କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମ ଥର ପାଇଁ ଡବଲ ଇଞ୍ଜିନ୍ ସରକାର ହେବାକୁ ଯାଉଛି । ଏଠାରେ ସରକାର ହେଲାପରେ ସମସ୍ତ ଘୋଷଣା କାର୍ଯ୍ୟକାରୀ ହେବ ସମସ୍ତ ଘୋଷଣା କାର୍ଯ୍ୟକାରୀ କରିବା ମୋଦିର ଗ୍ୟାରେଣ୍ଟି ।

ମୋଦି ନବୀନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଜେପି ଯାହା କହେ, ତାହା କରି ଦେଖାଏ । ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ହୋଇଯିବ । ଜୁନ୍‌ ୬ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ କରାଯିବ । ଜୁନ୍‌ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ହେବ ।

ମୋଦି ଆହୁରି କହିଛନ୍ତି, ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ୍ ଭାବେ ବିନିଯୋଗ କରିପାରିଲେନାହିଁ । ମୋଦି ମାଗଣା ଚାଉଳ ଦେଉଛି, ଏଠା ସରକାର ସେଥିରେ ନିଜ ଫଟୋ ଛାପି ବାହାବାହା ନେଉଛି । ଓଡିଆ ସଂସ୍କୃତି କଥା ଉଠାଇ ମୋଦି କହିଛନ୍ତି ଯେ, ଓଡ଼ିଆ ସଂସ୍କୃତି ପ୍ରତି ସମର୍ପିତ ବିଜେପି । ଦଳ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ବନିବ । ଥରେ ସୁଯୋଗ ଦେଇ ଦେଖନ୍ତୁ, ୫ ବର୍ଷରେ ଓଡ଼ିଶାକୁ ନମ୍ବର ୱାନ୍‌ କରିବୁ । ଯେଉଁଠି ବିଜେପିକୁ ସୁଯୋଗ ମିଳିଛି, ସେଠି ବିକାଶ ଗତିଶୀଳ ହୋଇଛି ବୋଲି ମୋଦି କହିଛନ୍ତି ।

ନବୀନଙ୍କ ଓଡିଆ ଭାଷାକୁ ସିଧାସଳଖ ଟାର୍ଗେଟ୍ କରି ମୋଦି କହିଛନ୍ତି ଯେ, ମୁଁ ଓଡ଼ିଆରେ ଚିଠି ଲେଖିଛି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଭଳି ମୁଁ ନୁହେଁ । ମୋଦି ଆହୁରି କହିଛନ୍ତି, ବିଜେପି ସରକାର ମହିଳା ସଶକ୍ତୀକରଣ ପାଇଁ ପ୍ରତିବଦ୍ଧ । ସୁଭଦ୍ରା ଯୋଜନା ଓଡ଼ିଶାର ମହିଳାଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ । ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବ ବିଜେପି ସରକାର । ଓଡ଼ିଶାର ଝିଅକୁ ବିଜେପି ଦେଶର ସବୁଠାରୁ ବଡ଼ ପଦବୀ ଦେଇଛି । ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନରେ ମୁଁ ଓଡ଼ିଶା ପାଇଁ ବହୁତ କିଛି କରିବି । ଦେଶର ରାଜଧାନୀ ଦିଲ୍ଲୀରେ ବସିଥିବା ପ୍ରଭୁ ଜଗନ୍ନାଥଙ୍କ ଏ ପୁଅ ଓଡ଼ିଶା ପାଇଁ ବହୁତ କିଛି କରିବ ବୋଲି ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ।

ତେବେ କନିଷି କାର୍ଯ୍ୟକ୍ରମ ଶେଷ ହେବା ପରେ ନବରଙ୍ଗପୁର ଅଭିମୁଖେ ବାହାରିବେ ମୋଦି । ଜିଲ୍ଲାର ଚିକିଲିଗାଁ ପଡ଼ିଆରେ ଆଉ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ମୋଦିଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି

Leave A Reply

Your email address will not be published.