Latest Odisha News

BREAKING NEWS

ଚାଲିଛି ଭୋଟ ଗଣତି; କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଟିଏମସି କର୍ମୀ-ବିଜେପି କର୍ମୀଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ବିଜେପି ୧୨୩ଟି ଆସନରେ ଆଗୁଆ ଥିବା ବେଳେ, ଟିଏମସି ୧୦୯ଟି ଆସନରେ ଆଗୁଆ ରହିଛି । ତେବେ ଏହି ଗଣତି ପ୍ରକ୍ରିୟା ରାତି ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଥିବାବେଳେ, କୋଲକତାରେ କୌଣସି ପ୍ରକାର ଉତ୍ସବ ପାଳନ ନେଇ ରୋକ ଲଗାଯାଇଛି ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ବାଚନୀ ବିଜୟ ରାଲି ମନା କରିଛି କୋଲକାତା ପୋଲିସ । ନିର୍ବାଚନ ଫଳାଫଳ ସହିତ ଜଡିତ କୌଣସି ବିଜୟ ଶୋଭାଯାତ୍ରା, ରାଲି କିମ୍ବା ସାର୍ବଜନୀନ ଉତ୍ସବ କରାଯିବ ନାହିଁ । ଏହି ନିୟମ ସମସ୍ତ ରାଜନୈତିକ ଦଳ କିମ୍ବା ଗୋଷ୍ଠୀ ପାଇଁ ଲାଗୁ ବୋଲି କୋଲକତା ପୋଲିସ ସ୍ପଷ୍ଟ କରିଛି ।

ବିଭିନ୍ନ ଦଳର ଏଜେଣ୍ଟମାନେ ଗଣନା କେନ୍ଦ୍ରରେ ପହଞ୍ଚି ପାରୁ ନଥିବା ନେଇ ନିର୍ବାଚନ ପ୍ୟାନେଲ ବିଭିନ୍ନ ଅଭିଯୋଗ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଛି । ୫ ମେ କିମ୍ବା ତା’ପରେ ବିଜୟ ଶୋଭାଯାତ୍ରା କରିବାକୁ ହେଲେ ସମ୍ପୃକ୍ତ ପୋଲିସ ଷ୍ଟେସନର ଅଧିକାରୀଙ୍କ ଠାରୁ ପୂର୍ବ ଅନୁମତି ପାଇବା ପରେ ହିଁ କରାଯିବ ।

Leave A Reply

Your email address will not be published.