ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ପୁଣି ଏକ ଦମଦାର ଘୋଷଣା କରିଛନ୍ତି । ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । ଯଦି ଏପରି ହୁଏ ଭାରତ ୟୁରୋପୀୟ ଦେଶମାନଙ୍କୁ ମଧ୍ୟ ପଛରେ ପକାଇଦେବ କୁହାଯାଇଛି । କୃଷକମାନଙ୍କ ଆୟ ଦୁଇଗୁଣ ବଢ଼ିଯିବ ବୋଲି କହିଛନ୍ତି ଗଡ଼କରି ।
କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଛନ୍ତି ଯେ ସ୍କୁଟର ଏବଂ କାର ପରେ ଭାରତରେ ଏବେ ଖୁବଶୀଘ୍ର ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ ଆସୁଛି । ଗଡ଼କରିଙ୍କ ଘୋଷଣା ପରେ କୃଷି କ୍ଷେତ୍ର , ବଜାର କାରବାର ଭାରତରେ ବିକଶିତ ହୋଇଯିବ ବୋଲି ଚର୍ଚା ହେଲାଣି ।
ମହାରାଷ୍ଟ୍ରର ପୁଣେରେ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିବା ଅବସରରେ ଏନେଇ ସେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସରକାର ବିକଳ୍ପ ଇନ୍ଧନ ଏବଂ ଇଲେକ୍ଟ୍ରିକ୍ ବାହନକୁ ବ୍ୟବହାର ପାଇଁ ବଡ଼ ମାତ୍ରରେ ପ୍ରୋତ୍ସାହିତ କରୁଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତରେ ଇଲେକ୍ଟ୍ରିକ, ଇଥାନଲ ଏବଂ ମିଥାନଲ ଭଳି ବିକଳ୍ପ ଇନ୍ଧନ ହିଁ ଭବିଷ୍ୟ । ଏବେ ଇଥାନଲ ପେଟ୍ରୋଲରେ 10ରୁ 20 ପ୍ରତିଶତ ପର୍ଯ୍ୟନ୍ତ ବ୍ୟବହାର କରାଗଲାଣି । 30 ପ୍ରତିଶତ ବ୍ୟବହାର ହେବା ପରେ ଭାରତରେ ପେଟ୍ରୋଲ ରେଟରେ ଆହୁରି କମ ହେବ ବୋଲି ସେ ପୂର୍ବରୁ କହିଥିଲେ । ଯାହା ସତ୍ୟ ପ୍ରମାଣିତ ହୋଇଛି ।
ନିତିନ ଗଡକରୀ ଆହୁରି କହିଛନ୍ତି ଯେ ନିର୍ମାଣ ଉପକରଣରେ ମଧ୍ୟ ଇଥାନଲ ସାମିଲ କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ଅବସରରେ ସେ କହିଛନ୍ତି ଯେ ୩ ବର୍ଷ ପୂର୍ବେ ଇଲେକ୍ଟ୍ରିକ ଗାଡ଼ିକୁ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ଏବେ ଏହାର ଚାହିଦା ବୃଦ୍ଧି ପାଇଛି । ମନ୍ତ୍ରୀ ଆହୁରି କହିଛନ୍ତି ଯେ ବର୍ତ୍ତମାନ ସମୟରେ ଅଟୋମୋବାଇଲ ସେକ୍ଟରର ପ୍ରାୟ କାରବାର ୬.୫ ଲକ୍ଷ କୋଟି ଟଙ୍କା ରହିଛି ଯାହା ୨୦୨୫ ବେଳକୁ ବଢ଼ି ୧୫ ଲକ୍ଷ କୋଟି ଟଙ୍କା ହେବ । ଏଥିରୁ ସରକାରଙ୍କୁ ମଧ୍ୟ ବଡ଼ ପରିମାଣର ଟ୍ୟାକ୍ସ ମିଳୁଛି । ଅଟୋମୋବାଇଲ ସେକ୍ଟରକୁ ଆଗାମୀ ଦିନରେ ସରକାର ଅଧିକ ପ୍ରୋତ୍ସାହନ ଦେବେ ବୋଲି କହିଛନ୍ତି ନୀତିନ ।
Comments are closed.