Latest Odisha News

BREAKING NEWS

ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଆତଙ୍କବାଦୀଙ୍କୁ ମୁହଁତୋଡା ଜବାବ ଦେଉଛି ସୁରକ୍ଷାବାହୀନି

ଶ୍ରୀନଗର: ଟାର୍ଗେଟ କିଲିଂ ପରେ ଆତଙ୍କବାଦୀଙ୍କୁ ମୁହଁତୋଡା ଜବାବ ଦେଉଛି ସୁରକ୍ଷାବାହୀନି । ବିଭିନ୍ନ ଅଞ୍ଚଳରେ ସର୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ ଲଗାତାର ଘଟୁଛି ।  ଜମ୍ମୁକାଶ୍ମୀରର କୁପୱାରାର ଚକଟତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ପୁଣି ଏହି ଅଞ୍ଚଳରେ ଆଉ ଆତଙ୍କବାଦୀ ଥିବା ନେଇ ଗୁଇନ୍ଦା ଇନପୁଟ ଥିବାରୁ ପୁଣି ତଦନ୍ତ ଚାଲୁରହିଛି ।

ପୁଲିସ ସୂଚନା ଅନୁସାରେ କୁପୱାରାରେ ନିହତ ହୋଇଥିବା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।  ଆତଙ୍କବାଦୀମାନେ ‘ଲଶ୍କର-ଏ-ତଏବା’ର ସଦସ୍ୟ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏଥିରୁ ଜଣେ ପାକିସ୍ତାନର ମୂଳ ବାସିନ୍ଦା ରହିଛି । ତାର ନାମ ତୁଫାଇଲ ବୋଲି ଜଣାପଡ଼ିଛି ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଚକତରାସ କାଣ୍ଡି ଅଞ୍ଚଳରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଆତଙ୍କବାଦୀଙ୍କୁ ସରେଣ୍ଡର କରିବା ପାଇଁ କହିଥିଲେ । ତେବେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ପାଲଟା ଆକ୍ରମଣରେ ଦୁଇଜଣ ପ୍ରାଣ ହରାଇଛନ୍ତି । ଏହି ଅଞ୍ଚଳରେ ଅଧିକ ଆତଙ୍କବାଦୀ ଥିବା ସନ୍ଦେହରେ ଅପରେଶନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.