Latest Odisha News

BREAKING NEWS

ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର

ପୁରୀ: ମାଛ ଜାଲରେ ପଡ଼ିଲା ବିରାଟକାୟ ଅଜଗର । ଲମ୍ବା ଯେମିତି, ଓଜନ ବି ସେମିତି । ଦେଖିଲେ ଭୟ ଲାଗିବ । ପୁରୀ ଜିଲ୍ଲା ବଳଭଦ୍ରପୁର ପଞ୍ଚାୟତ ପୋଡାକେରା ଗାଁରୁ ଏହି ଅଜଗର ସାପ ଉଦ୍ଧାର ହୋଇଛି ।

ଗାଁ ଲୋକ ମାଛ ଧରିବା ପାଇଁ ଜାଲ ବସାଇଥିଲେ । ଏଥିରେ ଅଜଗର ସାପଟି ପଡିଥିଲା । ଏକଥା ଜାଣିବା ପରେ ଗ୍ରାମବାସୀ ପୁରୀ ସ୍ନେକ ହେଲପଲାଇନ୍ ସଦସ୍ୟ ସଂଗ୍ରାମ କେଶରୀ ଦାସଙ୍କୁ ଖବର ଦେଇଥିଲେ । ସେ ଗାଁଲୋକଙ୍କ ସହାୟତାରେ ସାପଟିକୁ ଉଦ୍ଧାର କରିଥିଲେ ।

ଅଜଗର ସାପର ଲମ୍ବା ପାଖାପାଖି ସାଢ଼େ ୧୨ ଫୁଟ ହୋଇଥିବା ବେଳେ ଓଜନ ୧୬ କିଲୋଗ୍ରାମ ହେବ । ଏହାର ବୟସ ପାଖାପାଖି ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଉଦ୍ଧାର କରିବା ପରେ ସାପଟିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଅଜଗରକୁ ଦେଖିବା ପାଇଁ ଘଟଣାସ୍ଥଳରେ ବହୁ ଲୋକଙ୍କ ଭିଡ଼ ଜମିଥିଲା ।

Leave A Reply

Your email address will not be published.