ଢ଼େଙ୍କାନାଳ: ପୁଣି ହାତୀ ଉପଦ୍ରବ । ସ୍ୱାମୀ ଆଗରେ ସ୍ତ୍ରୀକୁ କଚାଡି ମାରିଲା ଦନ୍ତା । ଅଳ୍ପକେ ବର୍ତ୍ତିଗଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ମଝିଖମଣ ଗାଁରେ । ମୃତକ ହେଉଛନ୍ତି ନେତ୍ରମଣି ସାହୁ ।
ସୂଚନାମୁତାବକ, ସ୍ବାମୀ ଓ ସ୍ତ୍ରୀ ବିଲକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ ଉଭୟ । ଫଳରେ ହାତୀ ଆକ୍ରମଣରେ ସ୍ତ୍ରୀ ନେତ୍ରମଣି ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Comments are closed.