Latest Odisha News

BREAKING NEWS

ଆଜି ଭାଇରସ୍ ଆପ୍ରିସିଏସନ୍‌ ଡେ

ଆଜି ଭାଇରସ୍‌ ଆପ୍ରିସିଏସନ୍‌ ଡେ। ଭାଇରସ୍‌ ଏକ ଲାଟିନ୍‌ ଶବ୍ଦ। ଏହାର ଓଡ଼ିଆ ଭାଷାନ୍ତର ହେଉଛି ‘ବିଷ’ ଏବଂ ହିନ୍ଦୀରେ ଏହାକୁ ‘ବିଷାଣୁ’ କୁହାଯାଏ।

ଏହା କୋଷହୀନ ଏବଂ ଅତି ସୂକ୍ଷ୍ମ ଜୀବ। ଏହା କେବଳ ଜୀବିତ କୋଷରେ ହିଁ ବଂଶ ବୃଦ୍ଧି କରିପାରେ। ଶରୀର ବାହାରେ ଏହା ମୃତ ଅବସ୍ଥାରେ ରହିଥାଏ ଏବଂ ଶରୀର ଭିତରକୁ ଆସିଲେ ଏହା ଏକ ନୂଆ ଜୀବନ ପାଇଥାଏ।

୧୮୯୨ ମସିହାରେ ରୁଷିଆନ୍‌ ବିଜ୍ଞାନୀ ଡିମିଟ୍ରି ଇଭାନୋଭ୍‌ସ୍କି ପ୍ରଥମେ ଏହା ସମ୍ପର୍କରେ ସୂଚନା ଦେଇଥିଲେ। ଏହା କେବଳ ଯେ କ୍ଷତିକାରକ ତାହା ନୁହେଁ ବେଳେ ବେଳେ କେତେକ ଭୂତାଣୁ ବିଭିନ୍ନ ପ୍ରକାରର ଜୀବାଣୁକୁ ନଷ୍ଟ କରିପାରନ୍ତି।

ଏଯାବତ୍ ପାଞ୍ଚ ହଜାର ପ୍ରକାରର ଭୂତାଣୁ ସବିଶେଷ ଭାବେ ଚିହ୍ନଟ କରାଯାଇଛି। ପୃଥିବୀରେ ଲକ୍ଷ ଲକ୍ଷ ଭୂତାଣୁ ଥିବା ଜଣାଯାଏ। ଏହି ଭୂତାଣୁ ନ୍ୟୁକ୍ଲିକ୍‌ ଏସିଡ୍‌ ଓ ପୁଷ୍ଟିସାରରେ ଗଠିତ।

Leave A Reply

Your email address will not be published.