Latest Odisha News

BREAKING NEWS

ବାରହା ଶିକାର ଫାସରେ ପଡ଼ି ଆଖି ବୁଜିଲା ଦନ୍ତା

ଅନୁଗୁଳ: ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗାଁ ନିକଟ ଏକ ଆମ୍ବତୋଟାରୁ ମିଳିଥି ଦନ୍ତାହାତୀର ମୃତଦେହ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ।

ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସକାଳେ ଗୋରୁଗୋଠ ନେଇ ଆମ୍ବତୋଟାକୁ ଯାଉଥିବା ବେଳେ ହାତୀ ମରି ପଡ଼ିଥିବା ଦେଖି ଗାଈ ଚରାଳି ବନ ବିଭାଗକୁ ଖବର ଦେଇଥିଲେ । ତେବେ ହାତୀଟି ଦୁଇଦିନ ତଳୁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରା ଯାଉଛି । ତଦନ୍ତ ପରେ ହାତୀର ମୃତ୍ୟୁ କେବେ ଓ କାହିଁକି ହୋଇଛି ସ୍ପଷ୍ଟ ହେବ ।

Leave A Reply

Your email address will not be published.