Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରୋଗଗ୍ରସ୍ତ ଘରର ମୁଖ୍ୟ, ଚିକିତ୍ସା ପାଇଁ ଦରକାର ସହାୟତା

ଯାଜପୁର: ଦୁଇ ଝିଅ, ପୁଅ ଓ ସ୍ତ୍ରୀକୁ ନେଇ ଦାଶରଥିଙ୍କ ସଂସାର । ହେଲେ ଏ ଖୁସିର ସଂସାରରେ ଏବେ ଲାଗି ଯାଇଛି ରୋଗର ଗ୍ରହଣ । ବିଞ୍ଝାରପୁର ବ୍ଲକ ପ୍ରୀତିପୁର ହରିଜନ ସାହିର ଦାଶରଥି ମଲ୍ଲିକ । ପରିବାରର ମୁଖ୍ୟ ରୋଜଗାରିଆ ଦାଶରଥି ଏବେ କିଡନୀ ରୋଗରେ ଆକ୍ରାନ୍ତ । ଦାଶରଥି କିଡନୀ ରୋଗରେ ଆକ୍ରାନ୍ତ ପରେ ଘର ଚଳାଇବା କାଠିକର ହୋଇ ପଡ଼ିଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ନାହିଁ ।

ଦିନ ମଜୁରିଆ ଭାବେ ଦାଶରଥି ଯାହା ଆୟ କରୁଥିଲେ ସେଥିରେ ପରିବାର ଚଳୁଥିଲା । ଏବେ ସେ ଅସୁସ୍ଥ ପରେ ପରିବାରର ଆୟ ବନ୍ଦ ହୋଇ ଯାଇଥିବା ବେଳେ ସାହି ପଡ଼ିଶା ଯାହା ଦେଉଛନ୍ତି ସେଥିରେ ଚଳୁଛି ପରିବାର ।

ବର୍ଷେ ହେଲା ଦାଶରଥି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଘରେ ଯେତିକି ସମ୍ବଳ ଥିଲା ତାକୁ ବିକି ଭାଙ୍ଗି ଦେବାରୁ ପିଲାଙ୍କ ପାଠରେ ଡୋରି ବନ୍ଧା ହେଲାଣି । ଚଳିବାକୁ ଟଙ୍କା ନଥିବା ବେଳେ ଚିକିତ୍ସା ହୋଇ ପାରୁନି । ଦାଶରଥିଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

Leave A Reply

Your email address will not be published.