ଅନୁଗୋଳ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ । ଅନୁଗୋଳ ଜିଲ୍ଲା ନନ୍ଦପୁର ପଞ୍ଚାୟତର ମାଧପୁର ଜଙ୍ଗଲ ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ।
ହାତୀଟି ମାଧପୁର ଜଙ୍ଗଲ ନିକଟରେ ବୁଲୁଥିବା ବେଳେ ଜଙ୍ଗଲ ପାଖ ଦେଇ ବିଛା ଯାଇଥିବା ବିଦ୍ୟୁତ୍ ଲାଇନରେ ଲାଗି ଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଟଳି ପଡିଥିଲା ଦନ୍ତା । ସେପଟେ ବିଦ୍ୟୁତ ତାର ବିଛାଇଥିବା ଅଭିଯୁକ୍ତ ଫେରାର ହୋଇଯାଇଥିବା ବନ ବିଭାଗ କହିଛି । ଅଧିକ ଖୋଳତାଡ ଜାରି ରଖିଛି ବନ ବିଭାଗ ।
Comments are closed.