Latest Odisha News

BREAKING NEWS

ପୁରୀ ବେଳାଭୂମିରେ ବାଲୁକାକଳାରେ ମହିଳା ଦିବସ ଶୁଭେଚ୍ଛା

ପୁରୀ: ସମଗ୍ର ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଅନୁଷ୍ଠାନର ଛାତ୍ରୀ ମାନେ ଏକ ସୁନ୍ଦର କଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଏହି ଦିବସର ଉପଲବ୍ଧି କରି ସମସ୍ତ ମହିଳା ଏହି ଦିବସକୁ ପାଳନ କରିବା ପାଇଁ ଏହି ଛାତ୍ରୀ ମାନେ ପୁରୀ ବେଳାଭୂମିରେ ଏହି ବାଲୁକା କଳା ମାଧ୍ୟମରେ ଆହ୍ବାନ ଦେଇଛନ୍ତି ।

୮ ଟନ ବାଲିରେ ୮ ଜଣ ଛାତ୍ରୀ ଏହାକୁ ପ୍ରସ୍ତୁତ କରିଥିବା ବେଳେ ବାଲୁକା କଳାଟିର ଓସାର ୨୦ ଫୁଟ ଓ ଉଚ୍ଚତା ୮ ଫୁଟ ରହିଛି । ମାର୍ଚ୍ଚ ୮ ତାରିଖର ଏହି ମହିଳା ଦିବସରେ ମହିଳା ମାନଙ୍କ ପ୍ରତି ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରତି ସମ୍ମାନ ଓ ଭଲପାଇବା ଜଣାଇବା ପାଇଁ ପାଳନ କରାଯାଇଥାଏ ଅନ୍ତର୍ଜାତୀୟ ମହିଳା ଦିବସ ।

ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିନ ମହିଳାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କର ତ୍ୟାଗ ଏବଂ ପରିଶ୍ରମକୁ ସ୍ୱୀକୃତି ଓ ସମ୍ବର୍ଦ୍ଧନା ଦିଆଯାଇଥାଏ ।

 

Comments are closed, but trackbacks and pingbacks are open.