Latest Odisha News

BREAKING NEWS

ୟୁକ୍ରେନ ସେନାରେ ତାମିଲନାଡୁ ଛାତ୍ର, ରୁଷ୍ ବିରୋଧରେ ଲଢ଼ିବେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ବିରୋଧରେ ଲଢ଼ିବେ ତାମିଲନାଡୁ ଛାତ୍ର । ୟୁକ୍ରେନ୍ ପାରା ମିଲିଟାରୀ ଫୋର୍ସରେ ଯୋଗ ଦେଇଛନ୍ତି ତାମିଲନାଡୁର ୨୧ ବର୍ଷୀୟ ଛାତ୍ର ସୈନିକେଶ ରବିଚନ୍ଦ୍ରନ୍ । କୋଏମ୍ବାଟୁର ଜିଲ୍ଲାରେ ତାଙ୍କ ଘର । ସୈନିକେଶ ୨୦୨୮ରେ ୟୁକ୍ରେନ୍ ଯାଇଥିଲେ । ଖାରକିଭରେ ନ୍ୟାସନାଲ୍ ଏରୋସ୍ପେସ୍ ୟୁନିଭର୍ସିଟିରେ ସେ ପାଠ ପଢୁଥିଲେ ।

ଚଳିତବର୍ଷ ଜୁଲାଇରେ ତାଙ୍କର ପାଠପଢ଼ା ସରୁଥିଲା । ୟୁକ୍ରେନ୍-ରୁଷ୍ ଯୁଦ୍ଧ ଭିତରେ ସୈନିକେଶଙ୍କ ସହ ପରିବାର ଲୋକଙ୍କର ଯୋଗାଯୋଗ ହୋଇ ପାରି ନଥିଲା । ଏନେଇ ସେମାନେ ୟୁକ୍ରେନ୍ ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିଥିଲେ ।

ପରିବାର ଲୋକଙ୍କୁ ସୈନିକେଶ କହିଥିଲେ ରୁଷ୍ ବିରୋଧରେ ଲଢ଼ିବାକୁ ୟୁକ୍ରେନ୍ ପାରାମିଲିଟାରୀରେ ଫୋର୍ସରେ ଯୋଗ ଦେଇଛନ୍ତି । ପୂର୍ବରୁ ସୈନିକେଶ ଭାରତୀୟ ସେନାରେ ଯୋଗ ଦେବାକୁ ଆବେଦନ କରିଥିଲେ । ତେବେ ସଫଳତା ପାଇ ନଥିଲେ ।

Comments are closed, but trackbacks and pingbacks are open.