Latest Odisha News

BREAKING NEWS

ଗାଁରେ ଥମୁନି ହାତୀ ଆତଙ୍କ

ଭୁବନେଶ୍ୱର: ପୁଣି ମାତିଛି ହାତୀ । ବିଭିନ୍ନ ସ୍ଥାନରେ ଥମୁନି ହାତୀ ଉପଦ୍ରବ । ଗାଁ ଭିତରକୁ ଜଙ୍ଗଲୀ ହାତୀ ପଶି ଆସୁଥିବା ବେଳେ ଏକର ଏକର ଫସଲ ନଷ୍ଟ କରିଚାଲିଛନ୍ତି । ଘରଦ୍ୱାର ଭାଙ୍ଗୁଥିବା ବେଳେ ଗାଁରେ ଲୋକେ ଆତିଙ୍କିତ ଅବସ୍ଥାରେ ରହିଛନ୍ତି । ଅନ୍ୟ ସ୍ଥାନ ଭଳି ଗଂଜାମ ଧରାକେଟରୁ ନେଇ ଚମ୍ପୁଆ ରେଞ୍ଜ ପର୍ଯ୍ୟନ୍ତ ହାତୀ ଉପଦ୍ରବ ଚଳାଇଛି ।

ଗଞ୍ଜାମ ଜିଲ୍ଲା ଧରାକୋଟ ବନାଞ୍ଚଳ ରୁଗୁମୁ ପଞ୍ଚାୟତ ରାଶିବାଡ଼ି ଗାଁର ହାତୀ ପଲଙ୍କ ଉପଦ୍ରବ । ଘର ଭାଙ୍ଗିବା ସହ ନଷ୍ଟ କରିଛନ୍ତି ଅମଳ ଅପେକ୍ଷାରେ ଥିବା ଫସଲ । ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିବାର ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ହାତୀପଲ ଚାଷ ଜମି ଜଗିବା ଲାଗି ରହିଥିବା ଏକ ଘରକୁ ଭାଙ୍ଗିବା ସହିତ ଚାଉଳ ଓ ସମସ୍ତ ଜିନିଷ ପାତ୍ର ନଷ୍ଟକରିଛନ୍ତି । ତେବେ ଏବେ ଯାଏଁ କୌଣସି ଅଘଟଣର ସୂଚନା ମିଳିନାହିଁ । ଗାଁ ନିକଟରେ ହାତୀଙ୍କ ଏହି ଭଳି ଉପଦ୍ରଵକୁ ଦେଖି ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି l

ଚମ୍ପୁଆ ରେଞ୍ଜକୁ ଧସେଇ ପଶିଛନ୍ତି ୨୬ ବଣୁଆ ହାତୀ, ନଷ୍ଟ କଲେ ଏକର ଏକର ଧାନ ଫସଲ l  କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ଜ୍ୟୋତିପୁର ବିଟ କୁସୁମନାଳୀ ଗାଁ ଜଙ୍ଗଲକୁ ଧସେଇ ପଶିଛନ୍ତି ହାତୀ ପଲ । ଏହି ୨୬ ଟିକିଆ ବଣୁଆ ହାତୀପଲ ପଶିଥିବାରୁ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ହାତୀପଲ ଗାଁ ନିକଟ ଜଙ୍ଗଲରେ ଡେରାପକାଇ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି ।

ସେହିପରି ଆଜି ସକାଳୁ ସକାଳୁ ହାତୀପଲ ଟାଙ୍ଗରବନ୍ତଳା ଗାଁରେ ଧାନ ଫସଲ ଖାଇବା ସହିତ ପାଦରେ ଦଳି ଚକିଟି ଦେଇଛନ୍ତି । ଯାହାଫଳରେ  ଚାଷୀଙ୍କ ଏକର ଏକର ଗର୍ଭଣା ଧାନ ଫସଲ ନଷ୍ଟ ହୋଇଯାଇଛି । ଏବେ ଚାଷୀକୂଳ ଚିନ୍ତାରେ ପଡିଯାଇଛି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀପଲଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ।

ହାତୀପଲ ଆଙ୍କୁଡ଼ି , ରସବନ୍ତଳା, କାଉଁରିକଳା, ଟାଙ୍ଗର ବନ୍ତଳା କଞ୍ଚନ ଡୁମୁରିଆ, ନିଶ୍ଚିନ୍ତପୁର ଅଞ୍ଚଳରେ ଏକର ଧାନ ଧାନ ଫସଲ ନଷ୍ଟ କରିଛନ୍ତି । ଖୁବଶୀଘ୍ର ହାତୀପଲଙ୍କୁ ଘଉଡ଼ାଇ ବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଥା ଶୀଘ୍ର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ।

Leave A Reply

Your email address will not be published.