Latest Odisha News

BREAKING NEWS

ପୁଣି ରେଡ୍ ଜୋନରେ ଖୋର୍ଦ୍ଧା

ଭୁବନେଶ୍ୱର : କରୋନା ସଂକ୍ରମଣ ବଢ଼ିବାରୁ ପୁଣି ରେଡ ଜୋନକୁ ଗଲା ଖୋର୍ଦ୍ଧା । ଦୀର୍ଘ ଦିନ ପରେ ସଂକ୍ରମଣ ବୃଦ୍ଧି ନେଇ ଖୋର୍ଦ୍ଧା ଜିଲ୍ଲା ଏବେ ରେଡ ଜୋନକୁ ଆସିଥିବା ଜଣାପଡ଼ିଛି । ଜିଲ୍ଲାରେ ଏବେ ଦିନକୁ ଦିନ ପଜିଟିଭ୍ ଓ ଆକ୍ଟିଭ୍ କେସ ବଢ଼ୁଛି ଫଳରେ ଏପରି ନିଷ୍ପତି ନିଆଯାଇଛି। ଲୋକେ ସଚେତନ ନଥିବା ସହ ପର୍ବପର୍ବାଣି ମାହୋଲ ଥିବାରୁ ଡିଏମଇଟି ନିର୍ଦ୍ଦେଶକ ସିବେକ ମହାନ୍ତି ନିଷ୍ପତି ନେଇଛନ୍ତି।

କଟକ ଓ ଭୁବନେଶ୍ୱରକୁ ଅଧିକ ଲୋକ ଯିବାଆସିବା କରୁଛନ୍ତି। ଫଳରେ ସଂକ୍ରମଣ ହାର ଦିନକୁ ଦିନ ବଢ଼ୁଛି। ଏବେ ଦୈନିକ ସଂକ୍ରମଣ ୪ ଶହରୁ ବଢ଼ି ୬ ଶହରେ ରହୁଛି। ଏହା ନିହାତି ଭାବେ ଚିନ୍ତା ଜନକ ବିଷୟ । ଭୁବନେଶ୍ୱରରେ ମଧ୍ୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ବର୍ତ୍ତମାନ ରାଜଧାନୀରେ ୩୬୩୬ସକ୍ରିୟ ସଂକ୍ରମିତ ରହିଛନ୍ତି । ପଜିଟିଭ୍ ରେଟ୍, ଆକ୍ଟିଭ୍ କେସକୁ ଦେଖି ଆମେ ରେଡ୍ ଜୋନ୍ କରୁଛୁ ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ । ସଚେତନ ରହିଲେ ହିଁ ଆମେ ସଂକ୍ରମଣକୁ ରୋକି ପାରିବା ବୋଲି ଡ଼ିଏମଇଟି ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.