Latest Odisha News

BREAKING NEWS

ମୟୂରଭଞ୍ଜରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ମୟୂରଭଞ୍ଜ: ରାଜ୍ୟରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଫରେଷ୍ଟ ଡିଭିଜନ୍ ନିକଟରେ କିଛି ହାତୀପଲ ପଶି ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଷୁଢିଆଣୀ ଫରେଷ୍ଟ ଡିଭିଜନ୍ ଅନ୍ତର୍ଗତ ଗ୍ରାମଗୁଡିକରେ ଗତକାଲି ରାତିରେ ପାଖାପାଖି ୨୨ଟି ହାତୀ ପ୍ରବେଶ କରି ପାଚେରି ଭାଙ୍ଗିବା ସହ ବାଡ଼ିରେ ଲଗାଯାଇଥିବା ପନିପରିବା ତଥା ଧାନ ଫସଲ ମଧ୍ୟ ନଷ୍ଟ କରିଥିବା ଜଣାପଡିଛି ।

ଅପରପକ୍ଷରେ ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ମାନେ ପହଞ୍ଚି ହାତୀ ପଲଙ୍କୁ ଘଉଡାଇ ଚେଷ୍ଟା ଜାରି ରଖିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.