Latest Odisha News

BREAKING NEWS

୩ ଦିନ ପରେ ଉଦ୍ଧାର ହେଲା ଆହତ ହାତୀ : ଚିିକିତ୍ସା ପାଇଁ ଆସିଲେ ବିଶେଷଜ୍ଞ ଦଳ

ସମ୍ବଲପୁର  : ଶେଷରେ ଉଦ୍ଧାର ହେଲା ହାତୀ। ୩ ଦିନ ହେଲା ପୋଖରୀରେ ଫସି ରହିଥିଲା ଅସୁସ୍ଥ ହାତୀଟି। ସ୍ଥାନୀୟ ଲୋକେବହୁ ପ୍ରୟାସ କରି ହାତୀକୁ ଉଦ୍ଧାର କରିପାରିନଥିଲେ। ଶେଷରେ ଗାଁର ଲୋକଙ୍କ ପ୍ରୟାସରେ ଉଦ୍ଧାର କରାଯାଇଛି।

ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିଲା ଦନ୍ତା ହାତୀ । ସ୍ଥାନୀୟ ଲୋକଙ୍କ ସହାୟତାରେ ଦଉଡି ଲଗାଇ ହାତୀକୁ ଉଦ୍ଧାର କରାଯାଇଛି । ହାତୀର ଗୋଡରେ କ୍ଷତ ହୋଇଥିବାରୁ ସେ ଠିକ୍ ଭାବେ ଛିଡା ହୋଇପାରୁନି । ହାତୀକୁ ଉଦ୍ଧାର କରିବା ପରେ ଚିକିତ୍ସା ପାିଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ।

ସାତକୋଶିଆ, ଓୟୁଏଟି ଓ ନନ୍ଦନକାନନରୁ ଆସିଛନ୍ତି ବିଶେଷଜ୍ଞ ଦଳ । ମେ’ ୨୯ ତାରିଖରେ ହାତୀକୁ ଆହତ ଅବସ୍ଥାରେ ମାର୍ଗାବାରୀ ଗାଁ ଜଙ୍ଗଲରେ ବନ ବିଭାଗ ଠାବ କରିଥିଲା । ବିଶେଷଜ୍ଞ ଟିମ୍ ହାତୀର ଚିକିତ୍ସା କରିଥିଲେ । ହାତୀର ଗୋଡ ପାଖରେ ଗଭୀର କ୍ଷତ ରହିଥିଲା । ଦନ୍ତାକୁ ଟ୍ରାଙ୍କୁଲାଇଜର ଦେଇ ଆବଶ୍ୟକ ଇଞ୍ଜେକସନ୍ ଏବଂ ଔଷଧ ଦିଆଯାଇଥିଲା । ମାସେ ଭିତରେ ହାତୀ ସୁସ୍ଥ ହୋଇଯିବ ବୋଲି ଆଶା କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ସେ ସୁସ୍ଥ ହୋଇପାରିନାହିଁ ।

Leave A Reply

Your email address will not be published.