Latest Odisha News

ବନ ବିଭାଗର ଦୀର୍ଘ ୫ ଘଣ୍ଟା ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ହାତୀ

ଅନୁଗୁଳ : ପଣସ ଖାଇବାକୁ ଆସି ଦୁଇ ଗଛ ମଧ୍ୟରେ ଫସିଗଲା ହାତୀ । କୌଣସି ଅସାବଧାନତା କାରଣରୁ ଗୋଡ଼ ଫସି ଯିବାରୁ ଦୁଇ ଗଛ ମଝିରୁ ବାହାରି ପାରିଲା ନାହିଁ ହାତୀ । ଦୀର୍ଘ ୫ ଘଣ୍ଟା ପରେ ବନ ବିଭାଗ ପ୍ରଚେଷ୍ଟା ପରେ ହାତୀ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ , ଗତ ରାତିରେ ହାତୀଟି ପଣସ ପାଚିଥିବାର ବାସ୍ନା ପାଇ ବନଖଣ୍ଡ ବର୍ତ୍ତୀ ଜଙ୍ଗଲରେ ପଶିଥିଲା । ହାତୀଟିର ବୟସ ପ୍ରାୟ ୧୦ରୁ ୧୫ ବର୍ଷ ହେବ । ଜଙ୍ଗଲରେ ବହୁ ଗଛରେ ପଣସ ପାଚିଥିବା ବେଳେ ତାହାକୁ ଖାଇବାକୁ ମନ ବଳାଇଥିଲା। ହାତୀଟି ପଣସ ଖାଇବାକୁ ଉଦ୍ୟମ କରୁଥିବା ବେଳେ କୈାଣସି ଅସାବଧାନତା ବଶତଃ ତା ଗୋଡ଼ ପଣସ ଗଛ ଓ ତା’ ପାଖରେ ଥିବା ଆମ୍ବ ଗଛ ମଝିରେ ଫସି ଯାଇଛି । ପରେ ହାତୀଟି ଦୁଇ ଗଛ ମଝିରୁ ବାହାରିବାକୁ ବହୁ ଚେଷ୍ଟା କରିବା ସତ୍ତ୍ୱେ ସେଥିରୁ ବାହାରି ପାରି ନଥିଲା ।

ବନ ବିଭାଗ ଖବର ପାଇ କର୍ମଚାରୀମାନେ ସେଠାରେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ଗଛକୁ ଟାଣି ହାତୀକୁ ସେଠାରୁ ଉଦ୍ଧାର କରିଥିଲେ । ତେବେ ସେ ଆହତ ହୋଇଥିବାରୁ ତାର ଚିକିତ୍ସା କରାଯାଇଛି । ହାତୀକୁ ପେନ କ୍ଲିୟର ଏବଂ ଭିଟାମିନ ଦିଆଯାଇଛି । ଏଥି ସହ ହାତୀ ଉପରେ ବନ ବିଭାଗ ନଜର ରଖିଛି ।

Leave A Reply

Your email address will not be published.