Latest Odisha News

ଲାଞ୍ଚ ନେଇ ଧରା ପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି

ଭୁବନେଶ୍ୱର: ସୁବର୍ଣ୍ଣପୁର ଜିଲ୍ଲା ତରଭା ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି ଶିବ ପ୍ରସାଦ ଗୁରୁ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବରିଷ୍ଠ କିରାଣି ଶିବଙ୍କ ସହ ଅନ୍ୟ ଜଣେ ହେମକାନ୍ତ ବିଶିଙ୍କୁ ଭିଜାଲନ୍ସ ଲାଞ୍ଚ ଟଙ୍କା ସହ ଧରିବାରେ ସଫଳ ହୋଇଛି ।

ଜମି ପଞ୍ଜିକରଣ ଲାଗି ୬ଟି ସେଲ୍ ଡିଡର ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଶିବ ପ୍ରସାଦ ଗୁରୁ ୨୪ ହଜାର ଟଙ୍କା ବିଶିଙ୍କ ମାଧ୍ୟମରେ ଲାଞ୍ଚ ମାଗିଥିଲେ । ହେମକାନ୍ତ ବିଶିଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଲାଞ୍ଚ ଟଙ୍କା ଜବତ ପରେ ଶିବ ଗୁରୁଙ୍କ ୨ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ପାଇଁ ଚଢ଼ାଉ କରିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ସମ୍ବଲପୁରରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.