Latest Odisha News

BREAKING NEWS

୪ ଘଣ୍ଟାର ଅପରେସନ୍ ପରେ କୂଅରୁ ଉଦ୍ଧାର ହେଲା ହାତୀ

ଅନୁଗୁଳ: ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ଖସି ପଡ଼ିଥିବା ମାଈ ହାତୀ ଉଦ୍ଧାର ହୋଇଛି । ରାତି ପ୍ରାୟ ୨ଟା ବେଳେ ହାତୀଟି ଖସି ପଡ଼ିଥିବା ବେଳେ ୮ ଘଣ୍ଟା ପରେ କୂଅରୁ ମୁକୁଳିଛି । ପ୍ରାୟ ୪ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ହାତୀଟିକୁ ସଫଳତାର ସହ କୂଅ ମଧ୍ୟରୁ ଉଦ୍ଧାର କରିଛନ୍ତି ବନ ବିଭାଗ କର୍ମଚାରୀ ।

ସୂଚନା ଅନୁସାରେ ଅନୁଗୁଳ ବନାଞ୍ଚଳ ପୁରୁଣାଗଡ଼ ସେକ୍ସନର ବାଳିଜେରେଙ୍ଗ ଗାଁରେ କିଛି ଦିନ ହେଲା ହାତୀପଲଙ୍କ ଉପଦ୍ରବ ଲାଗି ରହିଥିଲା । ବୁଧବାର ବିଳମ୍ବିତ ରାତିରେ ହାତୀପଲ ଗାଁକୁ ଆସିଥିବା ବେଳେ ଏକ ହାତୀ ଗାଁର ସୁରଥ ସାହୁଙ୍କ ବାଡ଼ିରେ ଥିବା ଖୋଲା କୂଅରେ ପଡ଼ି ଯାଇଥିଲା । ଆଜି ସକାଳୁ ଗ୍ରାମବାସୀ ହାତୀକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।

ଏଥିସହ ପଢ଼ନ୍ତୁ- ଜଙ୍ଗଲରେ ନିଆଁ, କୂଅକୁ ଖସି ପଡ଼ିଲା ଜନବସତି ମୁହାଁ ହାତୀ

ଘଟଣା ସ୍ଥଳରେ ବନ ବିଭାଗ ଓ ଅଗ୍ନିଶମ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ । ପ୍ରାୟ ୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଏକ ଜେସିବି ମେସିନ ସହାୟତାରେ ଏକ ଟ୍ରେଞ୍ଜ ଖୋଳିବା ପରେ ହାତୀଟି କୂଅରୁ ବାହାରି ଯାଇଥିଲା । କୂଅରୁ ବାହାରିବା ପରେ ହାତୀଟି ଜଙ୍ଗଲ ଅଭିମୁଖେ ଦୌଡ଼ି ପଳାଇଛି ।

Leave A Reply

Your email address will not be published.