Latest Odisha News

BREAKING NEWS

କୁକୁର ସହ ଦୁଷ୍କର୍ମ କରି ୬୮ ବର୍ଷୀୟ ବୃଦ୍ଧ ଗିରଫ

ମୁମ୍ବାଇ: କୁକୁର ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ବୃଦ୍ଧ । କୁକୁରକୁ ଦୁଷ୍କର୍ମ ଅଭିଯୋଗରେ ମୁମ୍ବାଇ ପୋଲିସ ଜଣେ ୬୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ୬୮ ବର୍ଷୀୟ ଅହମଦ ସାହି । ସେ ଜୁହୁ ଗୁଲି ଅଞ୍ଚଳର ପନିପରିବା ବିକ୍ରି କରନ୍ତି ବୋଲି ମୁମ୍ବାଇ ପୋଲିସ ସୂଚନା ଦେଇଛି ।

ସୂଚନା ଅନୁସାରେ, ଅହମଦ କୁକୁର ସହ ଅପ୍ରାକୃତିକ ଯୌନ କ୍ରିୟା କରୁଥିବା ନେଇ ଏକ ଭିଡିଓ ପୋଲିସକୁ ମିଳିଥିଲା । ଏମିତି ଏକ ଭିଡିଓ ପୋଲିସକୁ ଦେଇଥିଲେ ବମ୍ବେର ସ୍ୱେଚ୍ଛାସେବୀ ସଂଗଠନ ଆନିମଲ ରାଇଟ୍ସର ବିଜୟ ମୋହାନି ।

ଉକ୍ତ ଭିଡିଓଟି ଗତବର୍ଷ ଡିସେମ୍ବରର । ପୋଲିସ ସୂଚନା ପ୍ରକାରେ, ଆନିମଲ ରାଇଟ୍ସ ଉପରେ କାର୍ଯ୍ୟ କରୁଥିବା ବିଜୟ ମୋହାନି ୨ ଦିନ ତଳେ ଭିଡିଓଟିକୁ ପାଇଥିଲେ । ଭିଡିଓ ପାଇବା ପରେ ଏନେଇ ପୋଲିସରେ ଅଭିଯୋଗ କରିବା ସହ ଭିଡିଓ କ୍ଲିପଟିକୁ ପୋଲିସକୁ ଦେଇଥିଲେ ବିଜୟ ।

ଭିଡିଓ କ୍ଲିପଟିର ଅନୁସନ୍ଧାନ କରି ପୋଲିସ ଅହମଦକୁ ଗିରଫ କରିଛି । ଅହମଦକୁ ଧାରା ୪୨୯, ୩୭୭ରେ ଗିରଫ କରାଯାଇଛି । ପୋଲିସ ଅନୁସାରେ, ଅହମଦ ଉକ୍ତ ଅଞ୍ଚଳରେ ଥିବା ଅନ୍ୟ ମାଈ କୁକୁରଙ୍କ ସହ ଏଭଳି ଅପକର୍ମ କରିଛି । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।

Leave A Reply

Your email address will not be published.